ଏଠାରେ ମଦ ପିଇବାକୁ ଯୁବପିଢ଼ିଙ୍କୁ ନିବେଦନ କରୁଛନ୍ତି ସରକାର, ମଦ ପିଇଲେ ମିଳିବ ଏହି ଖାସ୍ ପୁରସ୍କାର, ଜାଣନ୍ତୁ ପୂରା ଖବର

 
Alcohol

ମଦ୍ୟପାନ କରିବା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ଅଟେ। ଏହାକୁ ଅଧିକ ମାତ୍ରାରେ ପିଇବା ଦ୍ୱାରା ମଣିଷ ନିଜର ହିତାହିତ ଜ୍ଞାନ ମଧ୍ୟ ଭୁଲି ଯାଇଥାଏ। ଏଥିପାଇଁ ଅପରାଧ ହାର ବୃଦ୍ଧି ପାଇଥାଏ ବୋଲି ମଧ୍ୟ କୁହାଯାଏ। ତେଣୁ, ମଦ ଏବଂ ଅନ୍ୟାନ୍ୟ ନିଶାଦ୍ରବ୍ୟ ଠାରୁ ଯଥାସମ୍ଭବ ଦୂରେଇ ରହିବା ପାଇଁ ବଡ଼ ମାନେ ଉପଦେଶ ଦେଇଥାନ୍ତି। ତେବେ, ଏଭଳି ମଧ୍ୟ ଏକ ଦେଶ ରହିଛି ଯେଉଁଠାରେ ଅଧିକ ମଦ ପିଇବା ପାଇଁ ଯୁବପିଢ଼ିଙ୍କୁ ସରକାର ଉତ୍ସାହିତ କରୁଛନ୍ତି।

Alcohol

କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ, ଜାପାନର କେତେକ ସ୍ଥାନରେ ସରକାର ଏଭଳି ନୀତି ଆପଣାଉ ଥିବା ଜଣାଯାଇଛି। ପ୍ରକୃତରେ ଏଠାକାର ଯୁବପିଢ଼ି ମଦ ପିଇବା ପ୍ରତି କମ ଆଗ୍ରହ ଦେଖାଉଛନ୍ତି। ଯେଉଁଥିପାଇଁ ଜାପାନରେ ଦିନକୁ ଦିନ ମଦ ବିକ୍ରି କମିବାରେ ଲାଗିଛି। ମଦ ବିକ୍ରି କମିବା ସହିତ ସେଠାରେ ମଦ ଉପରେ ଟିକସ୍ ହ୍ରାସ ପାଇଛି। ଯେଉଁଥିପାଇଁ ସରକାରଙ୍କ ରାଜସ୍ୱ ହ୍ରାସ ପାଉଥିବା ଜଣାଯାଇଛି।

Alcohol

ମିଳିଥିବା ସୂଚନା ଅନୁଯାଇ କାମୁଥିବା ରାଜସ୍ୱକୁ ନେଇ ସେଠାକାର ସରକାର ବେସ୍ ଚିନ୍ତିତ ରହିଛନ୍ତି। ଏହାର ସମାଧାନ କରିବା ହେତୁ ସରକାର ମଦ ପିଇବା ପାଇଁ ଯୁବପିଢ଼ିଙ୍କୁ ଉତ୍ସାହିତ କରୁଛନ୍ତି। ଏପରିକି ଏଥିପାଇଁ ଜାତୀୟ ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯାଉଛି। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣକାରୀମାନଙ୍କୁ ଅଧିକ ମଦ୍ୟପାନର ବିକ୍ରି ଓ ଆକର୍ଷଣୀୟ ବ୍ରାଣ୍ଡିଂ ଉପରେ ଅଧିକ ଧ୍ୟାନ ଦେବାପାଇଁ କୁହାଯାଇଥିବା ଜଣାପଡ଼ିଛି।