ଅଜବ ପ୍ରେମ କାହାଣୀ! PUBG ଖେଳରୁ ହେଲା ପ୍ରେମ, ଉତ୍ତରାଖଣ୍ଡରୁ ପ୍ରେମିକ ପାଖକୁ ମଧ୍ୟପ୍ରଦେଶ ଚାଲି ଆସିଲେ ଯୁବତୀ, ଆଉ ତାପରେ...

 
Pubg love

ପ୍ରେମ କାହାକୁ କେତେବେଳେ ଏବଂ କେଉଁ ମାଧ୍ୟମରେ ହୋଇଯିବ ତାହା ଅନୁମାନ କରିବା କଷ୍ଟକର ହୋଇଥାଏ। ଏଇ ଯେମିତି ମଧ୍ୟପ୍ରଦେଶରେ ଏକ ଅଜବ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନଲାଇନ ଗେମ୍ PUBG ଖେଳୁ ଖେଳୁ ଏହି ଯୁବକ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତେବେ, ଯୁବତୀ ଜଣକ ଉତ୍ତରାଖଣ୍ଡ ନିଜ ଘର ଛାଡ଼ି ମଧ୍ୟପ୍ରଦେଶ ପ୍ରେମିକ ପାଖକୁ ଚାଲି ଆସିଥିବା ଜଣାପଡିଛି।

Pubg

ମିଳିଥିବା ସୂଚନା ଅନୁଯାଇ ଦୁଇ ବର୍ଷ ତଳେ ମଧ୍ୟପ୍ରଦେଶ ପଟେଲ ନଗରରେ ରହୁଥିବା ଯୋଗେସଙ୍କର PUBG ଗେମ ମାଧ୍ୟମରେ ଉତ୍ତରାଖଣ୍ଡ ନୈନିତାଲର ଶୀତଳ ନାମକ ଯୁବତୀଙ୍କ ସହିତ ଦେଖା ହୋଇଥିଲା। ଉଭୟଙ୍କର ଏହି ସମ୍ପର୍କ ଆଗକୁ ବଢ଼ି ପ୍ରେମରେ ପରିଣତ ହୋଇ ଯାଇଥିଲା। ପ୍ରଥମେ ଫୋନରେ କଥା ହେବା ପରେ ଉଭୟେ ଉଭୟଙ୍କୁ ଭିଡ଼ିଓ କଲ ମାଧ୍ୟମରେ ଦେଖା ହୋଇଥିଲେ।

Love

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯୋଗେଶ ଏବଂ ଶୀତଳ ଏହି ଦୁଇ ବର୍ଷ ମଧ୍ୟରେ ମାତ୍ର ଥରେ ଦେଖା ହୋଇଥିଲେ। ପ୍ରେମ ସମ୍ପର୍କ ଏତେ ଆଗକୁ ବଢି ଯାଇଥିଲା ଯେ ଶେଷରେ ଶୀତଳ ନିଜ ଘର ଛାଡ଼ି ଯୋଗେଶଙ୍କ ପାଖକୁ ଭୋପାଳ ଚାଲି ଆସିଥିଲେ। ଶୀତଳଙ୍କ ପରିବାର ତରଫରୁ ଦିଆଯାଇଥିବା ନିଖୋଜ ଏତଲାକୁ ଆଧାର କରି ନୈନିତାଲ୍ ପୋଲିସ ରାୟସେନ ପହଞ୍ଚିଥିଲା। ଶୀତଳ ଏବଂ ଯୋଗେଶ ପୋଲିସ ଷ୍ଟେସନ ଆସିଥିଲେ ହେଁ ସେ ଯୋଗେଶଙ୍କ ସହିତ ରହିବାକୁ ଚାହାଁନ୍ତି ଏବଂ ନିଜ ଇଚ୍ଛାରେ ଘରୁ ଆସିଥିବା ଜଣାଇଥିଲେ। ଫଳରେ ଶୀତଳଙ୍କୁ ନ ନେଇ ନୈନିତାଲ ପୋଲିସ ଫେରିଯାଇଥିଲା।