ରସିକିଆ ଫେରିବାଲା ପ୍ରେମରେ ପଡି ଯୁବତୀ ଫେରାର୍, ଘରୁ ଚମ୍ପଟ ମାରିବା ପରେ ଘଟିଲା ଏମିତି ଯେ ଜାଣି ହୋଇଯିବେ ତାଜୁବ୍

 
Prema

ଗାଁରେ ବୁଲି ବୁଲି ବାସନ ବିକୁଥିବା ଫେରିବାଲା ସହିତ ଫେରାର ହୋଇଗଲେ ଯୁବତୀ। ଲୁଲା ପଞ୍ଚାୟତ ଗୁଲିମୂଷା ଗାଁରେ ଏଭଳି ଏକ ଘଟଣା ଘଟିଥିବା ବେଳେ ଝିଅ ଅନ୍ୟ ଜାତିକୁ ଚାଲିଯାଇଥିବା ନେଇ ଏଠାରେ ଉତ୍ତେଜନା ଦେଖିବାକୁ ମିଳିଛି। ଗାଁକୁ ଆସୁଥିବା ଯେ କୌଣସି ଫେରିବାଲାକୁ ଲୋକେ ପଚରାଉଚରା କରୁଥିବା ବେଳେ ପୋଲିସର ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଛି।

Feriwala

ମିଳିଥିବା ସୂଚନା ଅନୁଯାଇ ଗତ ଏକ ବର୍ଷ ହେବ ଜଣେ ବଙ୍ଗାଳୀ ଯୁବକ ଗୁଲିମୂଷା ଗାଁରେ ଭଡ଼ାନେଇ ରହୁଥିବା ବେଳେ ଗାଁ ଗାଁ ବୁଲି କଂସା ବାସନ ବ୍ୟବସାୟ କରନ୍ତି। ତେବେ, ସେ ଭଡ଼ା ରହୁଥିବା ଘର ପଡ଼ୋଶୀରେ ଜଣେ ଯୁବତୀ ରହୁଥିଲେ ଯାହାଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଗତ ଗୁରୁବାର ରାତିରେ ସମସ୍ତେ ଚୈତ୍ର ପର୍ବ ପାଳନ କରିବାରେ ବ୍ୟସ୍ତ ଥିବାବେଳେ ଯୁବତୀ ଜଣକ ଉକ୍ତ ଫେରିଵାଲା ସହିତ ଫେରାର ହୋଇ ଯାଇଥିଲେ।

Couples eloped

ଘରେ ଝିଅ ନ ଥିବାରୁ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ। ଫେରିବାଲା ଉପରେ ସନ୍ଦେହ ହେବାରୁ ସେ ରହୁଥିବା ଭଡ଼ା ଘର ମାଲିକଙ୍କୁ ପଚରା ଯାଇଥିଲେ ହେଁ ସେ ତାର ପ୍ରକୃତ ଠିକଣା ଜାଣି ନଥିବା କହିଥିଲେ। ଘଟଣାକୁ ଆଧାର କରି ଯୁବତୀଙ୍କ ପରିବାର ତରଫରୁ ଦଶମନ୍ତପୁର ଥାନାରେ ଏତଲା ଦିଆଯାଇଛି। ଅନ୍ୟପକ୍ଷରେ ଗାଁକୁ ପୋଷାକ ବିକ୍ରି କରିବାକୁ ଆସିଥିବା ଜଣେ ବୟସ୍କ ବେପାରୀଙ୍କୁ ସନ୍ଦେହ କରି ଗାଁ ଲୋକେ ମାଡ଼ ମାରିବା ସହିତ ପୋଲିସର ଜିମା ଦେଇଥିବା ଜଣାପଡିଛି।