ଅଜବ୍ ପ୍ରେମ କାହାଣୀ! ୪ ଯୁବକଙ୍କ ସହିତ ଫେରାର ହେଲେ ଯୁବତୀ, ଲକି ଡ୍ର ମାଧ୍ୟମରେ ଚୟନ ହେଲା ବର, ପୂରା ଘଟଣା ଜାଣି ହେବେ ତାଜୁବ୍

 
Jubati jubaka

ଲକି ଡ୍ର ମାଧ୍ୟମରେ ଲୋକେ ଟଙ୍କା ପଇସା ତଥା ଗିପ୍ଟ ଜିତିଥିବାର ଆପଣ ଶୁଣିଥିବେ କିନ୍ତୁ ଲକି ଡ୍ର ମାଧ୍ୟମରେ ହୋଇଛି ଜଣେ ଯୁବତୀଙ୍କ ବାହାଘର। କଥାଟି ଅଜବ ଲାଗୁଥିଲେ ହେଁ ଉତ୍ତରପ୍ରଦେଶର ଆମ୍ବେଦକର ନଗର ଠାରେ ଏଭଳି ଘଟଣା ଘଟିଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟ କରିଲା ଭଳି ଘଟଣା ହେଉଛି ବିବାହ କରିଥିବା ଯୁବତୀଙ୍କର ୪ ଜଣ ପ୍ରେମିକ ଥିଲେ ଏବଂ ସେ କାହାକୁ ବିବାହ କରିବେ ସ୍ଥିର କରି ନ ପାରିବାରୁ ଏଭଳି ଉପାୟ ଅବଲମ୍ବନ କରିବାକୁ ପଡିଥିଲା।

Eloped

ମିଳିଥିବା ସୂଚନା ଅନୁଯାଇ ଯୁବତୀ ଜଣକ ତାଣ୍ଡା ପୋଲିସ ଷ୍ଟେସନ ଅଞ୍ଚଳର ହୋଇଥିବା ବେଳେ ସେ ଚାରି ଜଣ ଯୁବକଙ୍କ ସହିତ ଫେରାର ହୋଇଯାଇଥିଲେ। ଚାରିଜଣ ଯାକ ଯୁବକ ଅଜିମନଗର ପୋଲିସ ଷ୍ଟେସନ ଅଞ୍ଚଳର ବୋଲି ଜଣାପଡିଛି। ତେବେ, ଯୁବତୀଙ୍କ ପରିବାର ଲୋକେ ଝିଅ ନିଖୋଜ ହେବାପରେ ଖୋଜାଖୋଜି କରିଥିଲେ ଏବଂ କିଛି ଦିନ ପରେ ଝିଅ ମିଳିବାରୁ ଏପରି ଘଟଣା ସାମ୍ନାକୁ ଆସିଥିଲା।

Marriage

ପରିବାର ଲୋକେ ୪ ଯୁବକଙ୍କ ବିରୁଦ୍ଧରେ ଏତଲା ଦେବାପାଇଁ ଚାହୁଁଥିଲେ ହେଁ ଗାଁ ପଞ୍ଚାୟତ ଝିଅର ଇଚ୍ଛା ଅନୁସାରେ ବିବାହ କରାଇବା ପାଇଁ ଚାହୁଁଥିଲେ। ତେଣୁ, ଏଥିନେଇ ଝିଅକୁ ପଚରା ଯାଇଥିଲା। ଝିଅଟି କାହାକୁ ବିବାହ କରିବ ସେଥିନେଇ କୌଣସି ନିଷ୍ପତ୍ତି ନେଇ ନ ପରିବାରୁ ଚାରି ପୁଅଙ୍କ ମଧ୍ୟରେ ଲକି ଡ୍ରର ବ୍ୟବସ୍ଥା ହୋଇଥିଲା। ଲକି ଡ୍ରରେ ଯିଏ ବିଜେତା ହେବେ ତାଙ୍କ ସହିତ ଯୁବତୀ ଜଣକ ବିବାହ କରିବେ ବୋଲି ପଞ୍ଚାୟତ ଫଇସଲା ଶୁଣାଇଛି।