ରକ୍ତରେ ଜୁଡୁବୁଡୁ ହୋଇ ପଡ଼ିଥିଲା ପ୍ରେମିକ, ଜୀବନ ବଞ୍ଚାଇବା ପାଇଁ ରାତି ଅଧରେ ଘରୁ ବାହାରିଗଲେ ଯୁବତୀ, ଆଉ ତାପରେ ଦେଖନ୍ତୁ ଭିଡ଼ିଓ

ବିଳମ୍ବିତ ରାତି ହଠାତ ବାଜି ଉଠିଲା ଫୋନ ଆରପଟୁ ଆହତ ପ୍ରେମିକର ହୃଦୟବିଦାରକ ଚିତ୍କାର ଶୁଣି ସିହିରୀ ଉଠିଲା ପ୍ରେମିକାର ମନ। ଘର ଲୋକ କଣ କହିବେ, ସମାଜ ଲୋକ ତଥା ସାହିପଡ଼ିଶାଙ୍କ ଟାହିଟାପରାକୁ ଖାତିର ନକରି ପ୍ରେମିକର ଜୀବନ ବଞ୍ଚାଇବା ପାଇଁ ରାତି ଅଧରୁ ବାହାରି ପଡ଼ିଲା ପ୍ରେମିକା। ଏଭଳି ଏକ ଘଟଣା ମଧ୍ୟପ୍ରଦେଶର ଦମୋହ ଠାରେ ଘଟିଥିବା ବେଳେ ଯୁବତୀ ଜଣକ ନିଜ ପ୍ରେମିକକୁ ଧରି କାନ୍ଦୁଥିବାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।
ମିଳିଥିବା ସୂଚନା ଅନୁଯାଇ ଘଟଣାଦିନ ରାତି ପ୍ରାୟ ୧୧ଟା ସମୟରେ ୧୪ କ୍ୱାର୍ଟରର ବାସିନ୍ଦା ପ୍ରଫୁଲ୍ଲ କଶ୍ୟପ ଏକ ବ୍ରିଜ ଉପରେ ବସିଥିଲେ। ସେହି ସମୟରେ ସେଠାକୁ ୨୦ ଜଣ ଯୁବକ ଆସିଥିଲେ ଏବଂ ପ୍ରଫୁଲ୍ଲଙ୍କ ସହିତ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଏହାପରେ ସେମାନେ ତାଙ୍କୁ ନିର୍ଧୁମ ମାଡ଼ ମାରିବା ସହିତ ତାଙ୍କ ଜଙ୍ଘରେ ଛୁରାମାଡ଼ କରିଥିଲେ। ପ୍ରଚୁର ରକ୍ତସ୍ରାବ ହେଉଥିବା ଅବସ୍ଥାରେ ପ୍ରଫୁଲ୍ଲ ପ୍ରେମିକା ରଜିଆଙ୍କୁ କଲ କରିଥିଲେ।
ପ୍ରେମିକ ବିଷୟରେ ଜାଣିବା ପରେ ରଜିଆ କାଳ ବିଳମ୍ବ ନ କରି ତାଙ୍କୁ ଖୋଜିବାକୁ ବାହାରି ଯାଇଥିଲେ। ପରେ ପ୍ରଫୁଲ୍ଲଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ମଧ୍ୟ ପହଞ୍ଚାଇଥିଲେ। ଡାକ୍ତରଖାନାରେ ପ୍ରଫୁଲ୍ଲଙ୍କର କଷ୍ଟ ଦେଖି ରଜିଆ କାନ୍ଦି କାନ୍ଦି ତାଙ୍କୁ ଜାବୁଡ଼ି ଧରିଥିବାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଲୋକେ ରଜିଆଙ୍କର ଏଭଳି ସାହାସିକତାକୁ ଖୁବ ପ୍ରଶଂସା କରିଛନ୍ତି। ଦେଖନ୍ତୁ ଭିଡ଼ିଓ:-
युवक पर जानलेवा हमला pic.twitter.com/B7hnVh9MZG
— Dharmesh pandey Damoh (@PandeyDamoh) March 12, 2022