"ଆଇ ଲଭ୍ ୟୁ ପାପା, ମମ୍ମି" ଲେଖି ଝୁଲିପଡ଼ିଲେ ଇଞ୍ଜିନିୟରିଂ ଛାତ୍ରୀ, OYO ରୁମ୍ ରୁ ମିଳିଲା ମୃତଦେହ, ପୂରା ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ

 
Suicide

'ଆଇ ଲଭ୍ ୟୁ ପାପା, ଆଇ ଲଭ୍ ୟୁ ମମ୍ମି'। ନିଜର ଶେଷ ଚିଠି ଖଣ୍ଡକରେ ଏପରି କିଛି ଲେଖି ଝୁଲିପଡିଲେ ବିଟେକ୍ ଛାତ୍ରୀ। ଉତ୍ତରପ୍ରଦେଶର ନୋଏଡା-୫୬ ରେ ଏଭଳି ଏକ ଦୁଃଖଦ ଘଟଣା ଘଟିଥିବା ବେଳେ ଛାତ୍ରୀଙ୍କ ମୃତଦେହକୁ ଉକ୍ତ ଅଞ୍ଚଳର ଏକ oyo ରୁ ଜବତ କରାଯାଇଛି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Hang

ଛାତ୍ରୀଙ୍କ ନାମ ଶିବାନୀ ଗୁପ୍ତା ହୋଇଥିବା ବେଳେ ସେ ଜେପି ଇଷ୍ଟିଚ୍ୟୁଟରେ ଇଞ୍ଜିନିୟରିଂ ପାଠ ପଢୁଥିଲେ। ପରିବାର ଲୋକଙ୍କ କହିବା ଅନୁଯାଇ ଗତ ବୁଧବାର ଦ୍ବିପ୍ରହରରେ ଛାତ୍ରୀ ଜଣକ ଲାଇବ୍ରେରୀ ଯାଉଛି କହି ଘରୁ  ବାହାରିଥିଲେ। କିନ୍ତୁ, ବିଳମ୍ବିତ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଥିଲେ। ଶିବାନୀଙ୍କ ଫୋନ ମଧ୍ୟ ବନ୍ଦ ଆସୁଥିଲା। ଏଥିନେଇ ଥାନାରେ ଅଭିଯୋଗ କରିବା ପରେ ସେକ୍ଟର ୫୮ର ପୋଲିସ ଇଲେକ୍ଟ୍ରୋନିକ୍ ସର୍ଭିଲାନ୍ସ ଆଧାରରେ ଖୋଜିବା ଆରମ୍ଭ କରିଥିଲା।

Oyo

 ଶିବାନୀଙ୍କ ଫୋନର ଶେଷ ଲୋକେସନ୍ ସେକ୍ଟର ୫୮ର ଏକ ହୋଟେଲରେ ଦେଖାଉଥିବାରୁ ପୋଲିସ ସେଠାରେ ଚଢ଼ାଉ କରିଥିଲା। ଶିବାନୀ ନେଇଥିବା ରୁମ୍ ଭିତରୁ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଛି। ସେ ନିଜ ଓଢଣୀ ସାହାଯ୍ୟରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିଲେ। ଘଟଣା ସ୍ଥଳରୁ ଏକ ସୁଇସାଇଡ଼ ନୋଟ ଜବତ କରାଯାଇଛି। ତେବେ, ଶିବାନୀ କଣ ପାଇଁ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ ଏହାର କାରଣ ଜଣା ପଡିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।