ମୁହଁରେ ବ୍ରଣ ଉଠୁଥିବାରୁ ଭାଙ୍ଗି ଯାଉଥିଲା ବାହାଘର, ଘରେ ଫାଶି ଲଗାଇ ଝୁଲିପଡ଼ିଲେ ଯୁବତୀ, ଜାଣନ୍ତୁ ପୂରା ଘଟଣା

 
Jubati

ବାରମ୍ବାର ମୁହଁରେ ବ୍ରଣ ଉଠୁଥିବାରୁ ଏବଂ ଦାଗ ରହୁଥିବାରୁ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି। କଥାଟି ଶୁଣିଲେ ବିଶ୍ୱାସ ହେଇନଥିଲେ ହେଁ ଉତ୍ତର ପ୍ରଦେଶର ବାନ୍ଦ୍ରା ଜିଲ୍ଲାରେ ଏଭଳି ଏକ ଘଟଣା ଘଟିଯାଇଛି। ଯୁବତୀଙ୍କ ମୁହଁରେ ବ୍ରଣ ଉଠୁଥିବାରୁ ତାଙ୍କର ବିବାହ ପ୍ରସ୍ତାବ ଭାଙ୍ଗି ଯାଉଥିଲା। ଏହି କାରଣରୁ ହତାଶ ହୋଇ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

Acne

ମିଳିଥିବା ସୂଚନା ଅନୁଯାଇ ସମ୍ପୃକ୍ତ ଯୁବତୀଙ୍କ ମୁହଁରେ ବାରମ୍ବାର ବ୍ରଣ ଉଠୁଥିଲା। ବହୁ ଚେଷ୍ଟା କରିବା ପରେ ମଧ୍ୟ ତାଙ୍କୁ ଏଥିରୁ ଉପଶମ ମିଳୁନଥିଲେ। ଏହାରି ଭିତରେ ଭିନ୍ନ ଭିନ୍ନ ୮ ଜାଗାରେ ତାଙ୍କର ବିବାହ ପ୍ରସ୍ତାବ ଲାଗିଥିଲା। କିନ୍ତୁ, ମୁହଁରେ ବ୍ରଣ ହୋଇଥିବାରୁ ସମସ୍ତ ବିବାହ ପ୍ରସ୍ତାବ ଭାଙ୍ଗି ଯାଉଥିଲା। ଏଥିରେ ହତାଶ ହୋଇ ଘରେ କେହି ନଥିବା ସମୟରେ ଯୁବତୀ ଫ୍ୟାନରେ ରଶି ଲଗାଇ ଝୁଲି ପଡ଼ିଥିଲେ। ପୋଲିସ ଶବକୁ ଜବତ କରି ପୋଷ୍ଟମୋର୍ଟାମ୍ ପାଇଁ ନେଇଥିବା ଜଣାପଡିଛି।

Pimple

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉତ୍ତରପ୍ରଦେଶରେ ଏହା କୌଣସି ନୂଆ ଘଟଣା ନୁହେଁ ଏହା ପୂର୍ବରୁ ଧାର ଜିଲ୍ଲା ରାଜଗଡ଼ ଅଞ୍ଚଳରେ ରହୁଥିବା ଦାମିନୀ ଜୈନ୍‌ ନାମ୍ନୀ ଛାତ୍ରୀ ମଧ୍ୟ ସମାନ କାରଣ ବଶତଃ ଆତ୍ମହତ୍ୟା କରିଥିଲେ। ତାଙ୍କ ମୁହଁରେ ବ୍ରଣ ଉଠୁଥିବାରୁ ଏବଂ ଏହା ଭଲ ହେଉନଥିବା ହେତୁ ସେ ଡିପ୍ରେସନ୍‌କୁ ଚାଲିଯାଇଥିଲେ। ଶେଷରେ ଦାମିନୀ ବିଷପିଇ ଆତ୍ମହତ୍ୟା କରିଥିଲେ।