ଦେଖନ୍ତୁ ଭିଡ଼ିଓ: ଜଣେ ଯୁବକ ପାଇଁ ବିଚ୍ ରାସ୍ତାରେ ଲଢ଼ିଲେ ଦୁଇ ଯୁବତୀ! ଭିଡ଼ିଓ ଭାଇରାଲ….

ଉତ୍ତରାଖଣ୍ଡର ହଲଦ୍ୱାନି ଠାରେ ଜଣେ ଯୁବକଙ୍କୁ ପ୍ରେମିକ ରୂପରେ ପାଇବା ପାଇଁ ବିଚ୍ ରାସ୍ତାରେ ଲଢ଼ିବାକୁ ଲାଗିଲେ ଦୁଇ ଯୁବତୀ। ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଦୁଇ ଯୁବତୀ ନିଜ ସାଙ୍ଗ ସାଥି ମାନଙ୍କ ସହିତ ମିଶି ପରସ୍ପର ଉପରେ ଆକ୍ରମଣ କରିଥିଲେ। ବ୍ୟସ୍ତବହୁଳ ରାସ୍ତା ଉପରେ ଏପରି ଘଟିଥିବାରୁ ସେଠାରେ ବହୁ ଲୋକେ ରୁଣ୍ଡ ହୋଇ ଯାଇଥିଲେ।
ଖବର ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ ହେଁ ଉଭୟ ଗୋଷ୍ଠି ସେଠାରୁ ଫେରାର ହୋଇ ଯାଇଥିଲେ। ତେବେ, ଭାଇରାଲ ହେଉଥିବା ଭିଡ଼ିଓ ଏବଂ ସିସିଟିଭି ଫୁଟେଜ୍ କୁ ଆଧାର କରି ସେମାନଙ୍କୁ ଧରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ସମ୍ପୂର୍ଣ୍ଣ ଘଟଣା ବିଷୟରେ ଏପର୍ଯ୍ୟନ୍ତ ସୁଦ୍ଧା ଜଣାପଡିନଥିଲେ ହେଁ ପ୍ରେମ ବ୍ୟାପାର ପାଇଁ ସେମାନେ ଏପରି କାଣ୍ଡ କରିଥିବା ଜଣାଯାଇଛି।
एक ब्वॉयफ्रेंड के लिए सड़क पर भिंड़ी दो लड़कियां, बाल पकड़कर घसीटा, फिर डंडों की बरसात, देखें VIDEO
— Hindustan (@Live_Hindustan) July 13, 2022
हल्द्वानी के हीरा नगर चौकी क्षेत्र के पुलिस योगा पार्क में एक प्रेमी को लेकर दो प्रेमिकाएं भीड़ गईं। दोनों में लात घुसों के बाद एक-दूसरे पर डंडों की बरसात की । pic.twitter.com/z3OJsSfdh1
ଭାଇରାଲ ହେଉଥିବା ଭିଡ଼ିଓରେ ପ୍ରଥମେ ଉଭୟ ଉଭୟଙ୍କର ଚୁଟି ଝିଙ୍କିବା ସହିତ ଚାପୁଡ଼ା ମାରିଥିଲେ। ତେବେ, ଏହାପରେ ଜଣେ ଯୁବତୀଙ୍କୁ ତଳେ ପକାଇ ଘୋଷାରି ଘୋଷାରି ନେବା ସହିତ ଠେଙ୍ଗାରେ ମାଡ଼ ମାରୁଥିବା ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି। ତେବେ, ଜଣେ ଯୁବକ ପାଇଁ ବିଚ୍ ରାସ୍ତାରେ ଏଭଳି ନାଟକ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।