ଡ୍ୟୁଟି ସମୟରେ ‘ତୁ ମେରା ହିରୋ’ ଗୀତରେ ପୁରୁଷ କନଷ୍ଟେବଳଙ୍କ ସହ ଇନଷ୍ଟା ରିଲ୍ କରି ନିଲମ୍ବିତ ହେଲେ ମହିଳା ପୋଲିସ, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ, ଜଣେ ମହିଳା କନଷ୍ଟେବଳ ତାଙ୍କ ଦୁଇ ପୁରୁଷ କନଷ୍ଟେବଳଙ୍କ ସହିତ ହିରୋ ନମ୍ବର ଫିଲ୍ମରୁ ହିରୋ ତୁ ମେରା ହିରୋ ହେ ଗୀତରେ ଇନଷ୍ଟାଗ୍ରାମ ରିଲ୍ସ କରିଥିଲେ। ଯେତେବେଳେ ଲେଡି କନଷ୍ଟେବଳ ଡ୍ୟୁଟିରେ ଥିଲେ ଏହି ରିଲ୍ସ ତିଆରି କରାଯାଇଥିଲା। ମହିଳା ଜଣକ ଭିଡିଓ ପ୍ରସ୍ତୁତ କରୁଥିବାବେଳେ ହେଲ୍ପ ଡେସ୍କରେ ବସି ଫିଲ୍ମ ଗୀତରେ ନାଚୁଥିଲେ। ଭିଡିଓରେ ଦୁଇ ପୁରୁଷ କନଷ୍ଟେବଳ ମଧ୍ୟ ନଜର ଆସିଛନ୍ତି। ଭିଡିଓ ଭାଇରାଲ ହେବା ପରେ ପୋଲିସ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଏବଂ ଡ୍ୟୁଟିରେ ଥିବା ସମୟରେ ଭିଡିଓ ପ୍ରସ୍ତୁତ କରିଥିବା ମହିଳା କନଷ୍ଟେବଳ ଏବଂ ଭିଡିଓରେ ଦେଖାଯାଇଥିବା ଅନ୍ୟ ଦୁଇଜଣ କନଷ୍ଟେବଳଙ୍କୁ ନିଲମ୍ବିତ କରିଥିଲା।
'हीरो तू मेरा हीरो है'
— Vinay Saxena (@vinaysaxenaj) July 1, 2022
हरदोई के शाहाबाद थाने में तैनात महिला कॉन्स्टेबल ने ड्यूटी के दौरान सड़क पर वीडियो बनाया। वीडियो सोशल मीडिया पर वायरल हुआ, जिसके बाद तीनों पुलिसकर्मियों को सस्पेंड कर दिया गया। #hardoi #uttarpradesh #viralvideo pic.twitter.com/VKqQgMvLqq