ବିବାହ ପୂର୍ବରୁ ଭାବି-ସ୍ୱାମୀଙ୍କୁ ବାନ୍ଧିଲେ ମହିଳା ପୋଲିସ, ଚାରିଆଡୁ ମିଳୁଛି ପ୍ରଶଂସା, କାରଣ ଜାଣି ହେବେ ତାଜୁବ୍

 
Police

ମାତ୍ର ଆଉ କିଛି ଦିନ ପରେ ପଡ଼ିଥାନ୍ତା ହାତଗଣ୍ଠି। କିନ୍ତୁ, ବିବାହ କରିବା ପୂର୍ବରୁ ଭାବି-ସ୍ୱାମୀଙ୍କ ହାତରେ ହାତକଡ଼ି ପକାଇ ଦେଲେ ଏହି ଯୁବତୀ। ଆସାମର ନଗାଓଁ ଜିଲ୍ଲାରେ ଜଣେ ମହିଳା ପୋଲିସ ସବ-ଇନସ୍ପେକ୍ଟର ଠକେଇ ଅଭିଯୋଗରେ ନିଜ ଭାବି-ସ୍ୱାମୀଙ୍କୁ ଗିରଫ କରିବା ପରେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Jonmai rava

ମହିଳା ସବ-ଇନସ୍ପେକ୍ଟର ଭାବରେ ନିଯୁକ୍ତ ଯୁବତୀଙ୍କ ନାମ ଜୋନମାଇ ରାଭା ହୋଇଥିବା ବେଳେ ରାଣା ପଗାଗ ନାମକ ଜଣେ ବ୍ୟକ୍ତିଙ୍କ ସହିତ ତାଙ୍କର ବିବାହ ସ୍ଥିର କରାଯାଇଥିଲା। କିଛି ମାସ ପୂର୍ବରୁ ସେମାନଙ୍କର ନିର୍ବନ୍ଧ ହୋଇ ସାରିଥିବା ବେଳେ ନଭେମ୍ବର ମାସରେ ଉଭୟେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଥିଲେ। କିନ୍ତୁ, ଏହା ପୂର୍ବରୁ କିଛି ଲୋକେ ରାଣାଙ୍କ ନାମରେ ଚାକିରୀ ନାଁରେ ଠକେଇ ଅଭିଯୋଗ ଆଣିଥିଲେ।

Police

ରାଣା ଅୟଲ ଇଣ୍ଡିଆ ଲିମିଟେଡର ଜଣେ ପିଆର ଅଧିକାରୀ ଭାବେ ନିଜର ମିଛ ପରିଚୟ ଦେବା ସହ କମ୍ପାନୀରେ ଚାକିରି ଦେବା ପ୍ରଲୋଭନ ଦେଖାଇ ଲୋକଙ୍କୁ କୋଟି କୋଟି ଟଙ୍କାର ଚୂନ ଲଗାଇଥିବା ଅଭିଯୋଗ ହୋଇଥିଲା। ଏପରିକି ନିର୍ବନ୍ଧ ସମୟରେ ମଧ୍ୟ ସେ ନିଜର ଭୁଲ ପରିଚୟ ଦେଇଥିଲେ। ଏଥିନେଇ ପୋଲିସ ତଦନ୍ତ କରିବା ପରେ ତାଙ୍କର ଭାବି ପତ୍ନୀ ଜୋନମାଇ ନିଜେ ତାଙ୍କୁ ଗିରଫ କରିଥିଲେ।