ସୋସିଆଲ ମିଡିଆ ୟୁଜର୍ସଙ୍କ ପାଇଁ ଖରାପ ଖବର! ବନ୍ଦ ହୋଇଯାଇ ପାରେ ଫେସବୁକ୍ ଏବଂ ଇଂଷ୍ଟାଗ୍ରାମ୍, ଜାଣନ୍ତୁ ପୂରା ଖବର

ସଙ୍କଟରେ ମାର୍କ ଜୁକରବର୍ଗ, ଖୁବଶୀଘ୍ର ଫେସବୁକ ଓ ଇଂଷ୍ଟାଗ୍ରାମ ଆଦିର ସେବା ବନ୍ଦ ହୋଇଯିବା ନେଇ ସଙ୍କଟ ସୃଷ୍ଟି ହୋଇଛି। କିଛି ମାସ ତଳେ ଫେସବୂକ ଏହାର ନାମକୁ ମେଟା ଭାବରେ ବଦଳାଇବା ପରେ କମ୍ପାନୀକୁ ଲଗାତାର କ୍ଷତିର ସମ୍ମୁଖୀନ ହେବାକୁ ପଡୁଛି। ମାର୍କ ଜୁକରବର୍ଗ କମ୍ପାନୀକୁ କେବଳ ଫେସବୁକ୍ ଭାବେ ନୁହେଁ ବରଂ ଏକ ମେଟାଭର୍ସ ଭାବେ ଜାଣନ୍ତୁ ଓ ଗ୍ରହଣ କରନ୍ତୁ ବୋଲି ଚାହୁଁଛନ୍ତି। କିନ୍ତୁ, ଅକ୍ଟୋବର ମାସରେ ମେଟା ନାମକରଣ ହେବା ପରଠାରୁ ଏହା କମ୍ପାନୀ ପାଇଁ ଅଶୁଭ ସାବ୍ୟସ୍ତ ହୋଇଆସିଛି।
ଯଦି ଅନ୍ୟ ଦେଶମାନଙ୍କ ସହିତ ୟୁରୋପିୟାନ୍ ୟୁଜର୍ସ ମାନଙ୍କର ଡାଟା ସେୟାର କରିବାକୁ ଅନୁମତି ନମିଳେ ତେବେ ନିଜର କିଛି ସେବା ବନ୍ଦ କରିବାକୁ କମ୍ପାନୀ ବାଧ୍ୟ ହେବ ବୋଲି ମେଟା ପକ୍ଷରୁ କୁହାଯାଇଛି। ୨୦୨୨ରେ କମ୍ପାନୀ ଡାଟା ସେୟାର କରିବାକୁ ନେଇ ନିଜ ନିୟମରେ କିଛିଟା ପରିବର୍ତ୍ତନ ଆଣିଥିଲା। କିନ୍ତୁ, ଡାଟା ସେୟାର କରିବାକୁ କିଛି ଦେଶ ରାଜି ନ ହେବାରୁ କମ୍ପାନୀକୁ ଘୋର ସଂକଟର ସମ୍ମୁଖୀନ ହେବାକୁ ପଡିଥିଲା।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ମେଟା ପୂର୍ବରୁ ୟୁରୋପୀୟ ୟୁଜର୍ସଙ୍କ ତଥ୍ୟକୁ ଆମେରିକା ସର୍ଭରରେ ଷ୍ଟୋର କରି ରଖୁଥିଲା। କିନ୍ତୁ, ୨୦୨୨ରେ ନିୟମ ପରିବର୍ତ୍ତନ ହେବାପରେ ଏହି ତଥ୍ୟ ଗୁଡିକ ଆମେରିକା ସର୍ଭରରେ ଷ୍ଟୋର ହୋଇପାରି ନାହିଁ। ଏହି କାରଣ ହେତୁ ଗତ କିଛି ମାସ ମଧ୍ୟରେ ମେଟା ୭୭,୧୦୧ କୋଟି ଟଙ୍କାର କ୍ଷତି ସହିଥିବା ଜଣାଯାଇଛି। ପୂର୍ବରୁ ୨୦୦୪ ମସିହାରେ ଫେସବୁକ ଲଞ୍ଚ ହେବାଠାରୁ ହିଁ ଏହା ବିବାଦ ଘେରରେ ରହି ଆସିଛି। କେତବେଳେ ଏହା ନିଜର ନାମ ତ କେତବେଳେ ଡାଟା ପ୍ରାଇଭେସି କୁ ନେଇ ଏହା ବିବାଦ ଭିତରକୁ ଆସି ସାରିଛି। ଏବେ, ଏହାର ନାମ ପରିବର୍ତ୍ତନ ହେବାପରେ ବି ମାର୍କ ଜୁକରବର୍ଗ ସଂକଟର ସାମ୍ନା କରୁଛନ୍ତି।