ଦେଖନ୍ତୁ ଭିଡ଼ିଓ: ବୁଢ଼ା ବୟସେ ରାସଲୀଳା! ୨୫ ବର୍ଷୀୟା ବୋହୂକୁ ବାହା ହେଲା ୪୫ ବର୍ଷୀୟ ଶ୍ୱଶୁର, ପୂରା ଘଟଣା ଜାଣି ହେବେ ତାଜୁବ୍

 
Sasura bohu

ଆଜିକାଲି ସୋସିଆଲ ମିଡିଆରେ ଶ୍ୱଶୁର ବୋହୂ ବିବାହ କରୁଥିବାର ଏକ ଭିଡିଓ ଖୁବ ଭାଇରାଲ୍ ହେଉଛି। ଟ୍ୱିଟର, ଫେସବୁକ ଆଦି ଅନେକ ସୋସିଆଲ ମିଡିଆ ସାଇଟରେ ଭିଡ଼ିଓଟିକୁ ଅପଲୋଡ଼ କରାଯାଇଛି। ଭାଇରାଲ ଭିଡିଓରେ ଜଣେ ନବ ବିବାହିତ ଦମ୍ପତ୍ତି ମନ୍ଦିର ପରିସରରୁ ବାହାରକୁ ବାହାରୁଥିବା ଦେଖିବାକୁ ମିଳୁଛି। ଏହି ସମୟରେ ଜଣେ ବ୍ୟକ୍ତି ସେମାନଙ୍କୁ ତୁମେ ବିବାହ ପରେ ଆସୁଛ କି?  ବୋଲି ପ୍ରଶ୍ନ କରୁଛନ୍ତି।

Marriage

ଏହାର ଜବାବରେ ଅଧବୁଢ଼ା ବର ଜଣକ 'ହଁ'ରେ ଉତ୍ତର ଦେଉଛନ୍ତି। ଅଧିକ ପଚାରିବାରୁ ସେ କୁହନ୍ତି ଯେ ତାଙ୍କ ପୁଅର ମୃତ୍ୟୁ ହୋଇଛି।  ତାଙ୍କ ବୋହୂର ଆଗରେ ପଛରେ କେହି ନାହାଁନ୍ତି। ଏଭଳି ପରିସ୍ଥିତିରେ ଘରର ସମ୍ମାନ ଘରେ ରହୁ, ତେଣୁ ଦୁହେଁ ନିଜ ଇଚ୍ଛାରେ ବିବାହ କରିଛନ୍ତି ବୋଲି ସେ ସଫେଇ ଦେଇଛନ୍ତି। ବୟସ ବିଷୟରେ ପଚାରିବାରୁ ଯୁବତୀଙ୍କୁ ମାତ୍ର ୨୫ ବର୍ଷ ବୟସ ହୋଇଥିବା ବେଳେ ତାଙ୍କୁ ବିବାହ କରିଥିବା ଶ୍ୱଶୁରର ବୟସ ୪୫ ବର୍ଷ ବୋଲି ଜଣାପଡିଥିଲା।

ଏହା ଶୁଣିବା ପରେ ସେଠାରେ ଉପସ୍ଥିତ ଯୁବକ ଜଣକ ଉଭୟଙ୍କୁ ନୈତିକତାର ପାଠ ପଢ଼ାଇଥିଲେ। ପୁଅର ଦେହାନ୍ତ ହୋଇ ଯାଇଥିଲେ ହେଁ ଝିଅ ବୟସର ବୋହୂକୁ ବିବାହ କରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ନବବିବାହିତ ଦମ୍ପତ୍ତିଙ୍କୁ ପଚରା ଯାଇଥିଲା। ତେବେ, ଏହା ସେମାନଙ୍କର ନିଜସ୍ୱ ମାମଲା ଏବଂ ଏଥିରେ ହସ୍ତକ୍ଷେପ ନ କରିବାକୁ ଉଭୟେ ଶୁଣାଇଦେଇଥିଲେ। ଭିଡ଼ିଓଟି କେଉଁ ସମୟର ଏବଂ ଏହା କେଉଁଠାରେ ରେକର୍ଡ଼ କରାଯାଇଛି ସେଥିନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।