ଚାଷୀଙ୍କୁ ମିଳିବ ବଡ଼ ଉପହାର, କେନ୍ଦ୍ର ସରକାର ଦେଉଛନ୍ତି ୩ ଲକ୍ଷ ଟଙ୍କା, ଜାଣନ୍ତୁ କେଉଁ ଲୋକଙ୍କ ଆକାଉଣ୍ଟ ଆସିବ ଟଙ୍କା

 
Farmer

ଚାଷୀ ମାନଙ୍କ ପାଇଁ ଖୁସି ଖବର। ଏଣିକି ପଶୁପାଳନ ପାଇଁ ସରକାର ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସାହାଯ୍ୟ କରିବା ପାଇଁ ଘୋଷଣା କରିଛନ୍ତି। ପଶୁପାଳନ କ୍ଷେତ୍ରରେ କୃଷକ ମାନଙ୍କର ଆୟ ବଢାଇବା ପାଇଁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏହି ସ୍କିମ୍ ମାଧ୍ୟମରେ ପଶୁପାଳନ କରୁଥିବା ଚାଷୀମାନଙ୍କୁ କ୍ରେଡ଼ିଟ୍ କାର୍ଡ଼ ପ୍ରଦାନ କରାଯିବ।

Farmer

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଏବଂ କିସାନ କ୍ରେଡିଟ କାର୍ଡ ବ୍ୟତୀତ ପଶୁପାଳନ କରୁଥିବା ଚାଷୀଙ୍କୁ ଏହି ପଶୁ କିଷାନ୍ କ୍ରେଡିଟ୍ କାର୍ଡ ପ୍ରଦାନ କରାଯିବ। ଏହି କ୍ରେଡ଼ିଟ୍ କାର୍ଡ଼ ମାଧ୍ୟମରେ ଚାଷୀ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ପାଇପାରିବେ। ଦେଶରେ ଦୁଗ୍ଧ ସମେତ ଦୁଗ୍ଧଜାତ ଦ୍ରବ୍ୟ, ଅଣ୍ଡା ଏବଂ ମାଂସର ଅଭବକୁ ପୂରଣ କରିବା ପାଇଁ ଚାଷୀ ମାନଙ୍କୁ ଏହି ପ୍ରୋତ୍ସାହନ ପ୍ରଦାନ କରାଯିବ। ଗାଈ, ବଳଦ, ଛେଳି, କୁକୁଡ଼ା ଏବଂ ମାଛ ଚାଷ ଭଳି କାର୍ଯ୍ୟରେ ଲିପ୍ତ ଥିବା ଚାଷୀମାନେ ଏହାର ଫାଇଦା ଉଠାଇ ପାରିବେ।

Money

ଆପଣ ଜଣେ ଚାଷୀ ହୋଇଥିଲେ ନିକଟସ୍ଥ କୌଣସି ସିଏସସି ସେଣ୍ଟର ଯାଇ ଏହି କାର୍ଡ଼ ତିଆରି କରି ପାରିବେ। ଏଥିପାଇଁ ଚାଷୀଙ୍କର ଆଧାର କାର୍ଡ଼, ପ୍ୟାନ୍ କାର୍ଡ଼, ପାସପୋର୍ଟ ସାଇଜ୍ ଫୋଟୋ ଏବଂ ଜମିର ବିବରଣୀ ଦେବାକୁ ହେବ। କାର୍ଡ଼ଧାରୀ କୃଷକ ଯେ କୌଣସି ସମୟରେ ଚାହିଁଲେ ଏଥିରୁ ସର୍ବାଧିକ ୩ ଲକ୍ଷ ଟଙ୍କାର ଲୋନ୍ ନେଇପାରିବେ। ଏହି ଲୋନରେ ୭ ପ୍ରତିଶତ ସୁଧ ଲାଗୁଥିବା ବେଳେ ବର୍ଷେ ମଧ୍ୟରେ ପରିଶୋଧ କରିଲେ ସରକାରଙ୍କ ତରଫରୁ ସବସିଡ଼ି ମିଳିବାର ମଧ୍ୟ ଯୋଜନା ରହିଛି।