ନେପାଳ ପ୍ଲେନ୍ କ୍ରାସରେ ଚାଲିଗଲା କଣ୍ଠଶିଳ୍ପୀଙ୍କ ଜୀବନ! ଦୁର୍ଘଟଣା ପୂର୍ବରୁ ଫେସବୁକ୍ ଲାଇଭ୍, କହିଥିଲେ- ଆମେ ଏବେ...

 
Plane crash

ମଣିଷ ନିଜ ଭବିଷ୍ୟତକୁ ନେଇ ଅନେକ ସ୍ୱପ୍ନ ଦେଖିଥାଏ। କିଛି ସ୍ୱପ୍ନ ସତ ହୋଇଯାଏ ତ କିଛି ଦୁଃସ୍ବପ୍ନ ପାଲଟି ଯାଇଥାଏ। ଗତକାଲି ନେପାଳ ୟେତି ଏୟାରଲାଇନ୍ସରେ ପୋଖରା ଯାଉଥିବା ଯାତ୍ରୀ ମାନଙ୍କ ସହିତ ହୁଏତ ଏହା ହିଁ ଘଟିଥିଲା। ଏହି ବିମାନ ଦୁର୍ଘଟଣାରେ ୬୮ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ କଣ୍ଠଶିଳ୍ପୀ ନିରା ଛାନ୍ତ୍ୟାଲ୍ ମଧ୍ୟ ସାମିଲ ରହିଥିବା ଜଣାପଡ଼ିଛି।

ଉତ୍ତରପ୍ରଦେଶ ଗାଜିପୁରର ୪ ଜଣ ଯୁବକ ସୋନୁ ଜୟସ୍ବାଲ, ଅନୀଲ ରାଜଭର, ବିଶାଳ ଶର୍ମା ଓ ଅଭିଷେକ ସିଂ ଖୁସଓ୍ୱାଲ୍ ଏହି ବିମାନରେ ରହିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯୁବକ ଫେସବୁକ୍ ଲାଇଭ କରି ବିମାନ ଅବତରଣ କରିବାକୁ ଯାଉଥିବା ସୂଚନା ଦେଉଥିଲେ। ସେ ବେସ୍ ଖୁସି ଜଣାପଡୁଥିବା ବେଳେ ହଠାତ ପ୍ଲେନ୍ କ୍ରାସ୍ ହୋଇଯାଇଥିଲା ଯାହାର ଦୃଶ୍ୟ ଏହି ଭିଡ଼ିଓରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି।

ସେହିଭଳି ମାଘ ସଂକ୍ରାନ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକଗୀତ ଗାଇବାକୁ କାଠମାଣ୍ଡୁରୁ ସେହି ବିମାନଯୋଗେ ପୋଖରା ଆସୁଥିଲେ ନିରା ଛାନ୍ତ୍ୟାଲ୍। "ମୁଁ ଗତକାଲି ପୋଖରା ଆସୁଛି, ଖୁବ୍ ମଜା କରିବା"। ବୋଲି ନିରା ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଏହା ସମ୍ଭବ ହୋଇପାରିନଥିଲା।