ସଡ଼କ ଦୁର୍ଘଟଣା ନେଇଗଲା ସାଇରସ୍ ମିସ୍ତ୍ରୀଙ୍କ ଜୀବନ! ବଞ୍ଚାଇ ପାରିଲାନି ଦାମୀ କାର, ଜାଣନ୍ତୁ କଣ ରହିଛି କାରଣ

 
Accident

ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ତଥା ଦେଶର ପ୍ରମୁଖ ଉଦ୍ୟୋଗପତିଙ୍କ ମଧ୍ୟରେ ଅନ୍ୟତମ ସାଇରସ୍ ମିସ୍ତ୍ରୀଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସାଇରସଙ୍କ ସହିତ ସେହି କାରରେ ଥିବା ଅନ୍ୟ ୩ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ, ଦୁର୍ଘଟଣା ସମୟରେ ତାଙ୍କ କାରର ଏୟାର ବେଳୁନ୍ କାମ କରିନଥିବା ମଧ୍ୟ କୁହାଯାଉଛି।

Accident

 ମିଳିଥିବା ସୂଚନା ଅନୁଯାଇ ସାଇରସ ମିସ୍ତ୍ରୀ ତାଙ୍କର ଅନ୍ୟ ୩ ଜଣ ସହଯୋଗୀଙ୍କ ସହିତ ମୁମ୍ବାଇରୁ ଗୁଜୁରାଟ ଫେରୁଥିଲେ। ତେବେ, ପାଲଘର ନିକଟରେ ତାଙ୍କ କାର ଏକ ଡ଼ିଭାଇଡ଼ର୍ ରେ ଧକ୍କା ହୋଇଥିଲା। ନିଶ୍ଚିତ ଭାବରେ ସେ ଏକ ଦାମୀ କାର ବ୍ୟବହାର କରୁଥିଲେ। କିନ୍ତୁ, ଠିକ ଦୁର୍ଘଟଣା ସମୟରେ ହିଁ ଗାଡ଼ିରେ ଥିବା ଏୟାର୍ ବେଲୁନ୍ କାମ କରିନଥିଲା। ଯେଉଁଥିପାଇଁ ଏହି ସଡକ ଦୁର୍ଘଟଣାରେ ତାଙ୍କର ଜୀବନ ଚାଲିଯାଇଥିବା କୁହାଯାଉଛି।

Car

 ପ୍ରାୟତଃ ଦାମୀ କାର କମ୍ପାନୀମାନେ ସେମାନଙ୍କ ଗାଡ଼ି ବିକିବା ବେଳେ ଏହା ଦୁର୍ଘଟଣାରୁ ସୁରକ୍ଷା ପ୍ରଦାନ କରିବାର ଆଶ୍ଵସନା ଦେଇଥାନ୍ତି। ଏଥିପାଇଁ ଗାଡିର ଆଗ ଓ ପଛରେ ଦୁର୍ଘଟଣା ନିରୋଧୀ ଏୟାର ବେଲୁନ ଲଗାଇବା ସହିତ ଏଥିପାଇଁ ମୋଟା ଅଙ୍କର ଟଙ୍କା ମଧ୍ୟ ନେଇଥାନ୍ତି। ତେବେ, କୋଟି କୋଟି ଟଙ୍କାରେ କିଣା ଯାଇଥିବା କାରଟି ସାମାନ୍ୟ ଦୁର୍ଘଟଣାରୁ ରକ୍ଷା କରି ପାରିନଥିବାରୁ ଏଥିନେଇ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।