ଭୁଲବଶତଃ ଥରକେ ଜଣେ କର୍ମଚାରୀକୁ ୨୮୬ ମାସର ଦରମା ଦେଇଦେଲା କମ୍ପାନୀ, ଟଙ୍କା ନେଇ କର୍ମଚାରୀ ଫେରାର, ଆଉ ତାପରେ...

 
Salary

ମାସ ଆରମ୍ଭରୁ ଦରମା ପାଇବା ଯେ କୌଣସି ଚାକିରିଆଙ୍କ ପାଇଁ ଏକ ଖୁସିର ମୁହୂର୍ତ୍ତ ହୋଇଥାଏ। କିନ୍ତୁ, ଯଦି ଆପଣଙ୍କୁ ଆପଣଙ୍କ ଦରମାର ୨୮୬ ଗୁଣା ଅଧିକ ଟଙ୍କା ପ୍ରଦାନ କରାଯାଏ। ତେବେ, ଆପଣଙ୍କ ରିଆକ୍ସନ କଣ ହେବ? ଏପରି ଖବର ପାଇବା ପରେ ଆପଣ ନିଶ୍ଚିତ ଭାବରେ ଖୁସିରେ ଆତ୍ମହରା ହୋଇପଡ଼ିବେ। ବାସ୍ତବ ଜୀବନରେ ଏହିଭଳି ଏକ ଘଟଣା ଘଟିଯାଇଛି।

Salary

ବିଶ୍ୱାସ ନ ହେଲେ ମଧ୍ୟ ଚିଲି ଦେଶରେ ଏଭଳି ଏକ ଘଟଣା ଘଟିଥିବା ଜଣାପଡ଼ିଛି। ଏଠାରେ ଏକ ଜଣାଶୁଣା କମ୍ପାନୀରେ ଏହି ବ୍ୟକ୍ତି ଜଣକ ଚାକିରୀ କରିଥିଲେ। ତେବେ, ତାଙ୍କର ମାସିକ ଦରମା ୪୩ ହଜ଼ାର ଟଙ୍କା ହୋଇଥିବା ବେଳେ କମ୍ପାନୀ ତରଫରୁ ତାଙ୍କୁ ଭୁଲବଶତଃ ୧ କୋଟି ୪୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଯାହାକି ତାଙ୍କ ପ୍ରକୃତ ଦରମାର ପ୍ରାୟ ୨୮୬ ଗୁଣା ଅଧିକ ଅର୍ଥ ଅଟେ।

Money

ତେବେ, ଏହାପରେ ଆଶ୍ଚର୍ଯ୍ୟଜନକ ଭାବରେ ବ୍ୟକ୍ତି ଜଣକ ଉକ୍ତ କମ୍ପାନୀରୁ ଇସ୍ତଫା ଦେଇ ଦେଇଥିଲେ। କମ୍ପାନୀ ତରଫରୁ ତାଙ୍କୁ ଏହି ଅର୍ଥ ମଗା ଯାଇଥିଲା। ଯାହାପରେ ବ୍ୟକ୍ତି ଜଣକ ଟଙ୍କା ଫେରାଇବାକୁ ରାଜି ହୋଇଯାଇଥିଲେ। ଅବଶ୍ୟ ଏହାପରେ ଟଙ୍କା ଦେବା ବେଳକୁ ବ୍ୟକ୍ତି ଜଣକ କେଉଁଆଡ଼େ ଫେରାର ହୋଇଯାଇଥିବା ଜଣାପଡ଼ିଛି।