ପୁଟିନଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଏଲନ୍ ମସ୍କ, କହିଲେ- ମୋ ସହ ଲଢେଇ କର ଯିଏ ଜିତିବ ତାକୁ...

ୟୁକ୍ରେନ ଉପରେ ଆକ୍ରମଣ କରି ନିଜର ଆଧିପତ୍ୟ ବିସ୍ତାର କରିବାରେ ଲାଗିଛି ପୁଟିନ ସେନା। ଗୋଟିଏ ପଟେ ବଡ଼ ବଡ଼ ଦେଶ ଋଷ ଠାରୁ ଡରି ଏହାର କାର୍ଯ୍ୟକଳାପକୁ ବିରୋଧ କରି ପାରୁନଥିବା ବେଳେ ପୁଟିନଙ୍କୁ ଖୋଲାଖୋଲି ଲଢେଇ କରିବା ପାଇଁ ଆମନ୍ତ୍ରଣ କରିଛନ୍ତି ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲାର ସିଇଓ ଏଲନ ମସ୍କ।
ଏଲନ ଟ୍ୱିଟରରେ କରିଥିବା ଏକ ପୋଷ୍ଟ ମାଧ୍ୟମରେ ଖୋଲାଖୋଲି ପୁଟିନଙ୍କୁ ଲଢେଇ କରିବା ପାଇଁ ଆମନ୍ତ୍ରଣ କରିଛନ୍ତି। ସେ ଟ୍ୱିଟର ସାହାଯ୍ୟରେ ଲେଖିଛନ୍ତି ଯେ ମୁଁ ପୁଟିନଙ୍କୁ ଏକାକୀ ମୋ ସହିତ ଲଢ଼ିବା ପାଇଁ ଆମନ୍ତ୍ରଣ କରୁଛି। ବାଜିରେ ୟୁକ୍ରେନ ରହିବ ଯିଏ ଜିତିବ ୟୁକ୍ରେନ ତାର ହେବ। ଏଲନ ମସ୍କଙ୍କର ଏଭଳି ଚ୍ୟାଲେଞ୍ଜ ଅନେକଙ୍କୁ ଚକିତ କରିଛି। ତେବେ, ଏଥିନେଇ ପୁଟିନ ଏପର୍ଯ୍ୟନ୍ତ ସୁଦ୍ଧା କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି।
I hereby challenge
— Elon Musk (@elonmusk) March 14, 2022
Владимир Путин
to single combat
Stakes are Україна
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏଲନ ମସ୍କ ୟୁକ୍ରେନକୁ ସମର୍ଥନ କରି ଆସୁଛନ୍ତି। ଯୁଦ୍ଧରେ ସହାୟତା ପାଇଁ ଏଲନ ନିଜର ଷ୍ଟାରଲିଙ୍କ ମାଧ୍ୟମରେ ୟୁକ୍ରେନବାସୀଙ୍କୁ ସହାୟତା କରୁଛନ୍ତି। କେବଳ ଏତିକି ନୁହେଁ ସାହାଯ୍ୟ କରିବା ପାଇଁ ସେ କିଛି ଟେସଲା ପାଓ୍ଵରଓ୍ଵାଲ୍ସ ୟୁକ୍ରେନ ସହାୟତା ପାଇଁ ପଠାଇଥିବା କୁହାଯାଉଛି। ଅନେକ ସମୟରେ ସେ ଋଷ ରାଷ୍ଟ୍ରପତିଙ୍କ ବିରୋଧରେ ମନ୍ତବ୍ୟ ଦେଉଥିବା ବେଳେ ପ୍ରଥମ ଥର ପାଇଁ ସେ ପୁଟିନଙ୍କୁ ଲଢ଼ିବା ପାଇଁ ଆମନ୍ତ୍ରଣ କରିଛନ୍ତି।