ଠକିଛି ଆମୱେ: ଏଜେଣ୍ଟଙ୍କୁ ଧନୀ କରିବା ଉଦ୍ଧେଶ୍ୟରେ ୭୫୦ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଜାଣନ୍ତୁ ପୂରା ଖବର

 
Amway

ଲୋଭନୀୟ ଅଫର୍ ଏବଂ ପ୍ରତିଶୃତି ଦେଇ ନିଜ ସାମଗ୍ରୀ ବିକ୍ରି କରୁଥିବା ନେଟୱାର୍କ ମାର୍କେଟିଂ କମ୍ପାନୀ ଆମୱେ ଇଣ୍ଡିଆ ଉପରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। କୋଟି କୋଟି ଲୋକଙ୍କୁ ଲୋଭନୀୟ ଅଫର୍ ଦେଇ ଏହି କମ୍ପାନୀ ସେମାନଙ୍କୁ ଠାକୁଥିବା ଅଭିଯୋଗ ହେବାପରେ ଇଡି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

Amway

ଇଡି ପକ୍ଷରୁ କରାଯାଇଥିବା ଏହି ଚଢ଼ାଉରେ ଆମୱେ ଇଣ୍ଡିଆର ୭୫୭ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତିକୁ ଜବତ କରାଯାଇଛି। ଏଥିରେ ଆମୱେ ଇଣ୍ଡିଆ ଏଣ୍ଟରପ୍ରାଇଜେସ୍ ଲିମିଟେଡର ତାମିଲନାଡୁର ଡିଣ୍ଡିଗୁଲ୍ ଜିଲ୍ଲାରେ ଥିବା ଜମି ଏବଂ କାରଖାନା ବିଲଡିଂ, ପ୍ଲାଣ୍ଟ , ଯନ୍ତ୍ରପାତି, ଯାନବାହନ, ବ୍ୟାଙ୍କ ଆକାଉଣ୍ଟ୍ ଏବଂ ଫିକ୍ସଡ୍ ଜମା ସାମିଲ ରହିଥିବା ସୂଚନା ମିଳିଛି।

ED

ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ଅଧୀନରେ ଜବତ ହୋଇଥିବା ୭୫୭.୭୭ କୋଟି ଟଙ୍କାର ସମ୍ପତ୍ତି ମଧ୍ୟରେ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୪୧୧.୮୩ କୋଟି ଟଙ୍କା ହୋଇଥିବା ବେଳେ ଆମୱେର ୩୬ଟି ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିବା ୩୪୫.୯୪ କୋଟି ଟଙ୍କା ସାମିଲ ରହିଛି। ସେହିପରି ବଜାର ମୂଲ୍ୟ ଅପେକ୍ଷା ଆମୱେ ବିକୁଥିବା ସମଗ୍ରୀ ଗୁଡିକର ଦାମ ଯଥେଷ୍ଟ ଅଧିକ ରହୁଥିବା ସ୍ପଷ୍ଟ ହୋଇଛି। ୨୦୦୨-୦୩ ରୁ ୨୦୨୧-୨୨ ମଧ୍ୟରେ ଆମୱେ ପ୍ରାୟ ୨୭୫୬୨ କୋଟି ଟଙ୍କା ସଂଗ୍ରହ କରିଥିବା ଜଣାଯାଇଛି।