ଦେଖନ୍ତୁ ଭିଡ଼ିଓ: ଡ୍ରଗ୍ସ ନିଶା କବଳରେ ଯୁବତୀ! ଚାଲିବାକୁ ପାଉନି ବଳ, ଭିଡ଼ିଓ ଭାଇରାଲ….

 
Jubati

ସୁନାର ରାଜ୍ୟ କୁହାଯାଉଥିବା ପଞ୍ଜାବରେ ବର୍ଷ ବର୍ଷ ଧରି ନିଶା କାରବାର ଏବଂ ଯୁବପିଢ଼ିଙ୍କ ମଧ୍ୟରେ ନିଶାସେବନ ଏକ ପ୍ରକାର ଚିନ୍ତାର କାରଣ ପାଲଟି ସାରିଛି। ତେବେ, ଏହାର ଏକ ଜ୍ୱଳନ୍ତ ଉଧାରଣ ଅମୃତସର ସ୍ଥିତ ମକବୁଲପୁରା ଅଞ୍ଚଳରେ ଦେଖିବାକୁ ମିଳିଛି। ଏଠାରେ ଜଣେ ଯୁବତୀ ଡ୍ରଗ୍ସ ଓଭରଡୋଜର ଶିକାର ହୋଇ ରାସ୍ତାରେ ଚାଲିପାରୁନଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାର ଭିଡ଼ିଓ ଗଣମାଧ୍ୟମରେ ଭାଇରାଲ ହେଉଛି।

Drugs

ମିଳିଥିବା ସୂଚନା ଅନୁଯାଇ ସମ୍ପୃକ୍ତ ଅଞ୍ଚଳରେ ଯୁବତୀ ଜଣଙ୍କୁ ଦେଖିବାକୁ ମିଳିଥିଲା। ସେ ନିଶାସେବନ କରି ଏତେ ମାତ୍ରାରେ ଟୁଲ୍ ଥିଲେ ଯେ ରାସ୍ତାରେ ପାଦ ଥାପିବା ମଧ୍ୟ ତାଙ୍କ ପକ୍ଷରେ କଷ୍ଟଦାୟକ ହୋଇପଡିଥିଲା। ତେବେ, ତୁରନ୍ତ ତାଙ୍କୁ ସେଠାରୁ ଉଦ୍ଧାର କରାଯିବା ସହିତ ସୁଧାର କେନ୍ଦ୍ରକୁ ପଠାଇ ଦିଆଯାଇଥିଲା। ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ନିଶାଦ୍ରବ୍ୟ ଜବତ କରିଛି।

 ସବୁଠାରୁ ବଡ଼ କଥା ହେଉଛି ନିଶା ସେବନ ଏବଂ କାରବାର ସହିତ ସାଧାରଣତଃ ପୁରୁଷମାନେ ସଂଶ୍ଳିଷ୍ଟ ରହିଥିବା ବିଶ୍ୱାସ କରାଯାଇଥାଏ। କିନ୍ତୁ, ବର୍ତ୍ତମାନ ସମୟରେ ମହିଳାମାନେ ମଧ୍ୟ ନିଶାସେବନ କରିବାରେ ପଛରେ ପଡୁନାହାଁନ୍ତି। ତେବେ, ଆଫଗାନିସ୍ତାନରେ ପ୍ରସ୍ତୁତ କରାଯାଉଥିବା କିଛି ନିଶାଦ୍ରବ୍ୟକୁ ପାକିସ୍ତାନ ରାସ୍ତା ଦେଇ ପଞ୍ଜାବରେ ବିକ୍ରି କରାଯାଉଥିବା ଭଳି ଖବର ସାମ୍ନାକୁ ଆସୁଛି। ଏପରିକି କିଛି ଅଭିଯୁକ୍ତ ନିଶାଦ୍ରବ୍ୟ ତସ୍କରି କରୁଥିବା ବେଳେ BSF ହାତରେ ମଧ୍ୟ ଧରା ପଡିଛନ୍ତି।