ଋଷ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବିବାଦୀୟ ମନ୍ତବ୍ୟ କହିଲେ,"ନାଟୋ ଏକ କାଗଜ ବାଘ" କାରଣ....

 
Trump

ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଛି ଭୟଙ୍କର ଯୁଦ୍ଧ ଯେଉଁଥିରେ ଶହ ଶହ ଜନସାଧାରଣ ମଧ୍ୟ ପ୍ରାଣ ହରାଇ ସାରିଲେଣି। ଏହାରି ଭିତରେ ଅନେକ ଦେଶର ନେତା ଯୁଦ୍ଧ ରୋକିବା ପାଇଁ ଉଭୟ ଋଷ ଏବଂ ୟୁକ୍ରେନ ସହିତ ଆଲୋଚନା କରି ସାରିଲେଣି। କିନ୍ତୁ, ଏବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଛନ୍ତି।

War

ଟ୍ରମ୍ପ କହିଛନ୍ତି ଯେ ବର୍ତ୍ତମାନ ସମୟରେ ୟୁକ୍ରେନ ନାଟୋର ସହାୟତା ଲୋଡୁଛି। କିନ୍ତୁ, ସାହାଯ୍ୟ କରିବା ପରିବର୍ତ୍ତେ ନାଟୋ କେବଳ ଏକ କାଗଜ ବାଘ ପରି କଟକଣା ଲଗାଇ ଚୁପ ହୋଇ ବସିଛି। ସେ ଏହା ମଧ୍ୟ କହିଛନ୍ତି ଯେ ମାନବତା ଉପରେ ହେଉଥିବା ଏହି ଅପରାଧକୁ ଆମେରିକା ସଯ୍ୟ କରିବା ଉଚିତ ନୁହେଁ। ଆମେରିକା ଏଫ୍-୨୨ ଲଢ଼ୁଆ ଜେଟ୍‌ରେ ଚୀନ୍‌ର ପତାକା ଲଗାଇ ରୁଷ୍ ଉପରେ ବୋମାମାଡ଼ କରିବା ଉଚିତ। ଏହାଦ୍ୱାରା ଚୀନ ଏବଂ ଋଷ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଗଲେ ଆମେରିକାର କଣ ଅଛି!

Nato

ଜଣେ ପୂର୍ବତନ ରାଷ୍ଟ୍ରପତି ହୋଇଥିଲେ ହେଁ ଟ୍ରମ୍ପ ଦେଇଥିବା ଏଭଳି ମନ୍ତବ୍ୟକୁ ଅନେକ ବିରୋଧ କରିଛନ୍ତି। ଏପରି କଥା କହି ଟ୍ରମ୍ପ ଆମେରିକାର ଗରିମାକୁ ନଷ୍ଟ କରୁଛନ୍ତି ବୋଲି ଡେମୋକ୍ରାଟ ନେତାମାନେ କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ୩୦ ବର୍ଷ ଧରି ୟୁକ୍ରେନ ନାଟୋରେ ଯୋଗ ଦେବାପାଇଁ ଚାହିଁ ଆସୁଛି। କିନ୍ତୁ, ସୁରକ୍ଷା ଦୃଷ୍ଟିକୋଣରୁ ଋଷ ଏହାକୁ ବିରୋଧ କରୁଛି। ଯେଉଁଥିପାଇଁ ଉଭୟ ଦେଶ ଭିତରେ ଯୁଦ୍ଧର ପରିସ୍ଥିତି ସୃଷ୍ଟି ହୋଇଛି।