ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, କଣ ସତରେ ବାଇକ୍, ସ୍କୁଟି, ଫ୍ରିଜ୍‌ ଥିଲେ ଘର ମିଳିବନି, ଜାଣନ୍ତୁ ପୂରା ଖବର

 
Abash yojna

ଫନି କ୍ଷତିଗ୍ରସ୍ତଙ୍କୁ ବାଦ୍ ଦେଇ ୮.୧୭ଲକ୍ଷ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଆର୍ଥିକ ସୁବିଧା ମିଳିବ। ଏଥିନେଇ ସବୁ ଜିଲ୍ଲାରେ ପଞ୍ଚାୟତସ୍ତରରେ ସମ୍ଭାବ୍ୟ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି। ତେବେ, ଦୀର୍ଘ ତିନିବର୍ଷର ସର୍ଭେ ପରେ ପ୍ରକାଶ ପାଇଥିବା ଏହି ତାଲିକାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ହିତାଧିକାରୀଙ୍କ ଯୋଗ୍ୟତାକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ତାଲିକାକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଉଛି।

Abas yojna

ଯଦି ସଂପୃକ୍ତ ବ୍ୟକ୍ତିଙ୍କ ପାଖରେ ବାଇକ୍‌/ ସ୍କୁଟି କିମ୍ବା ମାଛ ଧରା ଡ଼ଙ୍ଗାଟିଏ ମଧ୍ୟ ଥିବ, ଏପରିକି ଫ୍ରିଜ୍ ଥିଲେ ମଧ୍ୟ ସେମାନେ ଆବାସ ସହାୟତାରେ ଘର ପାଇପାରିବେ ନାହିଁ। ଅବଶ୍ୟ ଘରେ ଟିଭି/ୱାସିଂ ମେସିନ୍‌ ଥିଲେ ହିତାଧିକାରୀ ଘର ପାଇବାକୁ ଯୋଗ୍ୟ ବିବେଚିତ ହେବେ। ଗାଁ ଗାଁରେ ଲୋକେ ଇଣ୍ଟରନେଟ ଏବଂ ଫୋନ ବ୍ୟବହାର କରୁଥିବା ବେଳେ ଯଦି ଘରେ ଲ୍ୟାଣ୍ଡଲାଇନ କିମ୍ବା ୱାଇଫାଇ କନେକ୍ସନ ରହିଛି ତେବେ ମଧ୍ୟ ଆପଣ ଏହି ସହାୟତା ପାଇପାରିବେ ନାହିଁ। ଗୋଟିଏ ପଟେ ପାନ ଦୋକାନୀ ଠାରୁ ଆରମ୍ଭ କରି ଛୋଟ ବ୍ୟବସାୟୀ ପର୍ଯ୍ୟନ୍ତ ସମସ୍ତେ ପ୍ରଫେସନାଲ ଟ୍ୟାକ୍ସ ଦେବାକୁ ସରକାର ନିୟମ କରିଥିବା ବେଳେ ଯେଉଁମାନେ ଏହି ଦେଇଥାନ୍ତି ସେମାନଙ୍କୁ ମଧ୍ୟ ଘର ମିଳିବନାହିଁ। ପରିବାରେ ଯେତେ ଲୋକ ଥିଲେ ମଧ୍ୟ ମାସକୁ ରୋଜଗାର ୧୦ ହଜ଼ାର ଠାରୁ ଅଧିକ ଥିଲେ ସେମାନେ ଅଯୋଗ୍ୟ ବିବେଚିତ ହେବେ।

House

ସେହିପରି ଯାହା ଘରେ ତିନି ଚକିଆ ଅଟୋ, ଚାରି ଚକିଆ ଗାଡ଼ି, ତିନିଚକିଆ/ଚାରିଚକିଆ କୃଷି ଯନ୍ତ୍ରାଂଶ, କିଷାନ କ୍ରେଡିଟ୍ କାର୍ଡରେ ୫୦ହଜାର ଟଙ୍କାର କ୍ରେଡିଟ୍ ଲିମିଟ୍, ପରିବାରର ଜଣେ ସଦସ୍ୟ ସରକାରୀ ଚାକିରିଆ, ସରକାରଙ୍କ ପାଖରେ ଅଣକୃଷି ଉଦ୍ୟୋଗୀ ଭାବେ ସରକାରଙ୍କ ପାଖରେ ପଞ୍ଜୀକୃତ ହୋଇଥିବେ, ଆୟକର ଦେଉଥିବେ, ଅଢେଇ ଏକର ବା ଏହାଠାରୁ ଅଧିକ ଜଳସେଚିତ ଜମି ଥିବ ବା ଜଳସେଚନ ପା‌ଇଁ ଯନ୍ତ୍ରାଂଶ ଥିବ କିମ୍ବା ଦୁଇ ବା ଅଧିକ ଫସଲ ଋତୁରେ ୫ଏକରରୁ ଅଧିକ ଜଳସେଚିତ ଜମି ରଖିଥିବେ, ୭.୫ଏକରରୁ ଅଧିକ ଜମିର ମାଲିକ ହୋଇଥିବେ ଏବଂ ଜଳସେଚନ ଯନ୍ତ୍ରାଂଶ ଥିବ, ସେମାନଙ୍କୁ ଘର ମିଳିବନି।

Auto

ଗୋଟିଏ ପଟେ ସରକାରଙ୍କ ପ୍ରତିଶୃତିକୁ ଅପେକ୍ଷା କରି ଖଣ୍ଡେ ଖଣ୍ଡେ ଘର ପାଇବା ପାଇଁ ଆଶା ରଖିଥିବା ବେଳେ ସେମାନଙ୍କୁ କିପରି ଭାବରେ ଅଯୋଗ୍ୟ କରାଯିବ ସେଭଳି ସର୍ତ୍ତ ଖଞ୍ଜାଯାଇ ଏହି ତାଲିକା ପ୍ରସ୍ତୁତ କରାଯାଇଛି। କେବଳ ଏହି କାରଣରୁ ହିଁ ଏବେ ସରକାରଙ୍କୁ ବିରୋଧୀ ଦଳ ପକ୍ଷରୁ ସମାଲୋଚନା କରାଯାଉଛି। ତାଲିକାରେ ସାମିଲ ନଥିବା ଲୋକେ ମଧ୍ୟ ଏଥିନେଇ ସରକାରଙ୍କ କାର୍ଯ୍ୟକରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।