ସରକାରଙ୍କ ବଡ଼ ନିଷ୍ପତ୍ତି: ଏଣିକି ରେଳ ଯାତ୍ରାରେ ବୟସ୍କଙ୍କୁ ମିଳିବନି ରିହାତି! ଜାଣନ୍ତୁ ଏହାର କାରଣ

 
Train

ଟ୍ରେନରେ ଯାତ୍ରା କରୁଥିଲେ ହୋଇଯାଆନ୍ତୁ ସାବଧାନ। ଏଣିକି ବୟସ୍କ ମାନଙ୍କୁ ମଧ୍ୟ ମିଳିବନି ରିହାତି। ଆଜ୍ଞା ହଁ, ଏଣିକି ରେଳରେ ଯାତ୍ରା କରିବା ପାଇଁ ବୟସ୍କ ମାନଙ୍କୁ ମଧ୍ୟ ରିହାତି ମିଳିବ ନାହିଁ। ପୂର୍ବରୁ ୬୦ ବର୍ଷରୁ ଉର୍ଦ୍ଧ ନାଗରିକଙ୍କ ପାଇଁ ରେଲୱେ ଟିକେଟ ବୁକିଂ ସମୟରେ ୫୦% ରିହାତି ମିଳୁଥିଲା। କିନ୍ତୁ, ଆଗକୁ ଏହି ରିହାତି ଉପଲବ୍ଧ ରହିବ ନାହିଁ ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ପଷ୍ଟ କରିଛନ୍ତି।

Railway

ବରିଷ୍ଠ ନାଗରିକ ମାନଙ୍କୁ ରିହାତି ଦିଆଯିବା ଦ୍ୱାରା ସରକାରଙ୍କ ଉପରେ ଅଧିକ ଆର୍ଥିକ ବୋଝ ଲଦି ହେଉଥିବା ଉଲ୍ଲେଖ କରାଯାଇଛି। ୨୦୧୭-୧୮ ମସିହା ମଧ୍ୟରେ ବରିଷ୍ଠ ନାଗରିକଙ୍କୁ ରେଳ ସେବାରେ ଦିଆଯାଇଥିବା ରିହାତି ଯୋଗୁଁ ରାଜକୋଷ ଉପରେ ୧୪୯୧ କୋଟି ଟଙ୍କାର ଅତିରିକ୍ତ ରାଜସ୍ବ ବୋଝ ପଡିଛି। ଏହି ପରିମାଣ ୨୦୧୮-୧୯ ରେ ୧୬୩୬ କୋଟି ଏବଂ ୨୦୧୯-୨୦ ରେ ୧୬୬୭ କୋଟି ଟଙ୍କାକୁ ବୃଦ୍ଧି ପାଇଥିବା ସେ ସ୍ପଷ୍ଟ କରିଛନ୍ତି।

Aged people

ତେବେ ଭିନ୍ନକ୍ଷମ ଯାତ୍ରୀ, ରୋଗୀ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ପୂର୍ବରୁ ଉପଲବ୍ଧ ରହିଥିବା ରିହାତି ଗୁଡିକ ବଳବତ୍ତର ରହିବ। ଏଥିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ଏକାଧିକ ଦେଶର ରେଳରେ ବରିଷ୍ଠ ନାଗରିକମାନଙ୍କ ପାଇଁ ରିହାତି ସହିତ ବିଭିନ୍ନ ପ୍ରକାର ସୁବିଧା ଦିଆଯାଉ ଥିବାବେଳେ ଅତିରିକ୍ତ ରାଜସ୍ୱ ଅଳରେ ଭାରତରେ ଏହି ସୁବିଧା ବନ୍ଦ କରାଯିବାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।