ଦିନେ ପୁଅର ଅକ୍ଷମତା ପାଇଁ ମନ ଉଣା କରୁଥିଲେ ବାପା ମାଆ! ଆଜି ସେହି ଅକ୍ଷମତା ପାଲଟିଲା ବରଦାନ, ଜାଣନ୍ତୁ କେମିତି

 
Rahul

ଦୀର୍ଘ ୫ ଦିନ ଧରି ବୋରୱେଲ୍ ଭିତରେ ଫସି ରହିଥିବା ଦିବ୍ୟାଙ୍ଗ ବାଳକ ରାହୁଲକୁ ସଫଳତାପୂର୍ବକ ଉଦ୍ଧାର କରାଯାଇଛି। ଏନଡ଼ିଆରଏଫ୍ ଦଳର ଅକ୍ଲାନ୍ତ ପରିଶ୍ରମ, ହଜ଼ାର ହଜ଼ାର ଲୋକଙ୍କ ପ୍ରାର୍ଥନା ଏବଂ ନିଜର ସାହସ ବଳରେ ରାହୁଲ ଜୀବନ୍ତ ଉଦ୍ଧାର ପାଇଛି। ତେବେ, ରାହୁଲଙ୍କର ଦିବ୍ୟାଙ୍ଗ ଶକ୍ତି ହିଁ ତାଙ୍କୁ ବଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଚର୍ଚ୍ଚା ହେଉଛି।

Rahul

ପ୍ରକୃତରେ ରାହୁଲ ଠିକ ଭାବରେ ଶୁଣିପାରେ ନାହିଁ କିମ୍ବା କଥା କହିପାରେ ନାହିଁ। ରାହୁଲର ଏଭଳି ଶାରୀରିକ ଅକ୍ଷମତା ପାଇଁ ଦିନେ ତାର ବାପା ମାଆ ମନ ଉଣା କରୁଥିବା ବେଳେ ଆଜି ସେହି ଅକ୍ଷମତା ପାଇଁ ହିଁ ସେମାନେ ନିଜର ପୁଅକୁ ଫେରି ପାଇଥିବା କୁହାଯାଉଛି। ବିଶେଷଜ୍ଞମାନଙ୍କ ମତରେ ଜଣେ ବ୍ୟକ୍ତିଙ୍କର କୌଣସି ଏକ ଅଙ୍ଗ ଅକ୍ଷମ ହୋଇଗଲେ ତାଙ୍କର ଅନ୍ୟ ଇନ୍ଦ୍ରିୟ ଗୁଡିକ ସମାନ୍ୟ ଠାରୁ ଅଧିକ ସକ୍ରିୟ ହୋଇ ଉଠିଥାଏ।

Rescue

 ହୁଏତ ଏଇଥିପାଇଁ ରାହୁଲ ପାଖରେ ସାହସ ଏବଂ ଧର୍ଯ୍ୟର ଅଭାବ ନଥିଲା ଯାହା ତାର ଜୀବନ ବଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ଶୁକ୍ରବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ବୋରୱେଲରେ ୧୦୫ ଘଣ୍ଟା ଧରି ଜୀବନ ପାଇଁ ସଂଘର୍ଷ କରିଥିଲା ରାହୁଲ। ଉଦ୍ଧାର କରାଯିବା ପରେ ତାକୁ ତୁରନ୍ତ ବିଳାସପୁର ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ରାହୁଲର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଜଣାଯାଇଛି।