ଯୁଦ୍ଧ ସମୟରେ ଋଷରେ ବଢୁଛି କଣ୍ଡୋମର ଚାହିଦା! କିଣିବାକୁ ଲୋକଙ୍କ ଲାଗୁଛି ଲମ୍ବା ଭିଡ଼, କାରଣ ଜାଣି ହେବେ ତାଜୁବ୍

 
Condom

ସମସ୍ତ ପ୍ରକାର ଚେଷ୍ଟା କରିବା ସତ୍ତ୍ୱେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧ ରୋକିବା ପାଇଁ ଆମେରିକା ସହିତ ଅନେକ ପାଶ୍ଚାତ୍ୟ ଦେଶ ଋଷକୁ ନାଲିଆଖି ଦେଖାଇବା ସତ୍ତ୍ୱେ ଏହି ଲଢେଇ ଜାରି ରହିଛି। ତେବେ, ଏଭଳି ସଂକଟାପନ୍ନ ପରିସ୍ଥିତି ମଧ୍ୟରେ ଋଷରେ ଏକ ଅଜବ ଟ୍ରେଣ୍ଡ ଜାରି ରହିଛି। ପ୍ରକୃତରେ ଯୁଦ୍ଧ ଆରମ୍ଭ ହେବାର ଦୁଇ ସପ୍ତାହ ମଧ୍ୟରେ ଏଠାରେ କଣ୍ଡୋମର ଚାହିଦା ଯଥେଷ୍ଟ ବଢି ଯାଇଥିବା ଜଣାଯାଇଛି।

War

ଡ୍ୟୁରେକ୍ସ ଏବଂ ଅନ୍ୟାନ୍ୟ ବ୍ରାଣ୍ଡ ନାମରେ କଣ୍ଡୋମ ତିଆରି କରୁଥିବା ବ୍ରିଟିଶ କମ୍ପାନୀ ରେକିଟର କହିବା ଅନୁଯାଇ ଋଷରେ ଗତ ଦୁଇ ସପ୍ତାହ ମଧ୍ୟରେ କଣ୍ଡୋମ ବିକ୍ରିରେ ୧୭୦ ପ୍ରତିଶତ ବୃଦ୍ଧି ଘଟିଛି। ଏହା ପଛରେ ଥିବା କାରଣ ମଧ୍ୟ ରୋଚକ ଅଟେ। ପ୍ରକୃତରେ ୟୁକ୍ରେନ ଉପରେ ଋଷ ଆକ୍ରମଣ କରିବା ପରେ ଆମେରିକା ଏବଂ ଅନେକ ପାଶ୍ଚାତ୍ୟ ଦେଶ ଏହା ଉପରେ ଅର୍ଥନୈତିକ ପ୍ରତିବନ୍ଧକ ଲଗାଇଛନ୍ତି।

Condom

ଏହି କାରଣ ହେତୁ ଦେଶରେ ଆଗକୁ କଣ୍ଡୋମର ଦାମ ବଢିବ ବୋଲି ଲୋକେ ଆଶଙ୍କା କରୁଛନ୍ତି। ତେଣୁ, ସେମାନେ କଣ୍ଡୋମ କିଣି ଗଚ୍ଛିତ ରଖୁଥିବା ଜଣାଯାଇଛି। ଋଷର ସର୍ବବୃହତ ଅନଲାଇନ୍ ରିଟେଲର ୱାଇଲ୍ଡବେରୀ ଅନୁଯାଇ ଗତ ଦୁଇ ସପ୍ତାହ ମଧ୍ୟରେ ଏଠାରେ କଣ୍ଡୋମ ବିକ୍ରି ୧୭୦ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି ଔଷଧ ଦୋକାନ ଏବଂ ସୁପରମାର୍କେଟ ଗୁଡିକରେ କଣ୍ଡୋମ ବିକ୍ରିର ଯଥାକ୍ରମେ ୩୨ ପ୍ରତିଶତ ଏବଂ ୩୦ ପ୍ରତିଶତ ବୃଦ୍ଧି ଦେଖା ଦେଇଛି।