ଅର୍ଡର କରିଥିଲେ ଚିକେନ୍ ୱିଙ୍ଗସ୍, ପାର୍ସଲରେ ଆସିଲା କେବଳ ହାଡ଼ ଏବଂ ଡେଲିଭରୀ ବୟର ଇମୋସନାଲ୍ ଚିଠି, ଆଉ ତାପରେ...

 
Chicken

ଆଜିକାଲି ଲୋକେ ଖାଦ୍ୟ ଖାଇବା ପାଇଁ ଫୁଡ୍ ଡେଲିଭରି ସଂସ୍ଥା ଗୁଡିକ ଉପରେ ନିର୍ଭର କରୁଛନ୍ତି। କେବଳ ଘରେ ବସି ମୋବାଇଲରେ ଅର୍ଡର କରିଦେଲେ କିଛି ସମୟ ଭିତରେ ଖାଦ୍ୟ ପାଖରେ ପହଞ୍ଚି ଯାଉଛି। କିନ୍ତୁ, ଖାଦ୍ୟ ଡେଲିଭର୍ କରୁଥିବା ଡେଲିଭରୀ ବୟମାନେ ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହି ଆସିଛନ୍ତି। ଏବେ ଯେପରି ଜଣେ ଡେଲିଭରୀ ବୟ ଖାଦ୍ୟ ପହଞ୍ଚାଇବା ବଦଳରେ ନିଜେ ଏହାକୁ ଖାଇ ଦେଇ ଲୋକଲୋଚନକୁ ଆସିଛନ୍ତି।

Letter

କେବଳ ଖାଦ୍ୟ ଖାଇ ଦେଇଛନ୍ତି ତାହା ନୁହେଁ ବରଂ ପ୍ୟାକେଟ ଡେଲିଭର୍ କରିବା ସମୟରେ ସେ କ୍ଷମା ପ୍ରାର୍ଥନା କରି ଏକ ଚିଠି ଲେଖିଥିବା ଜଣାଯାଇଛି। ପ୍ରକୃତରେ ହକ ଜଣକ ଅନ୍‌ଲାଇନ୍‌ରେ ଚିକେନ୍‌ ୱିଙ୍ଗସ୍‌ ଅର୍ଡର କରିଥିଲେ। ଠିକ ସମୟରେ ତାଙ୍କ ପାଖରେ ଖାଦ୍ୟ ପ୍ୟାକେଟ ପହଞ୍ଚିଥିଲା ସତ କିନ୍ତୁ ତାହା ଭିତରେ କେବଳ ହାଡ଼ ଏବଂ ଏକ ଚିଠି ଥିବା ସେ ଦେଖିବାକୁ ପାଇଥିଲେ।

ଡେଲିଭରୀ ବୟ ଜଣକ ସେହି ଚିଠିରେ ଲେଖିଥିଲେ ଯେ,"କ୍ଷମା କରିବେ ବାବୁ, ଭାରି ଭୋକ ଲାଗୁଥିଲା ତେଣୁ ମୁଁ ସବୁ ଖାଇଦେଲି"। ଏହି ଅର୍ଡର ମଗାଇଥିବା Damien Sanders ନାମକ ବ୍ୟକ୍ତି ସୋସିଆଲ୍‌ ମିଡିଆରେ ଏହି ଭିଡିଓ ଶେଆର କରିଛନ୍ତି। ତେବେ, ଏହି ଘଟଣାରେ ଡେଲିଭରୀ ବୟର କାର୍ଯ୍ୟକଳାପକୁ କେତେକ ଲୋକେ ବିରୋଧ କରୁଥିବା ବେଳେ ଆଉ କେତେକ ଲୋକେ ତାକୁ କ୍ଷମା କରିଦେବା ପାଇଁ Damien ଙ୍କୁ ଅନୁରୋଧ କରିଛନ୍ତି।