ଚାକିରିଆଙ୍କ ପାଇଁ ଖୁସି ଖବର! ବଢିବ ମହଙ୍ଗା ଭତ୍ତା, ଏହିଦିନ ମିଳିବ ୩୮% DA ଆକାଉଣ୍ଟକୁ ଆସିବ ୨୧,୬୨୨ ଟଙ୍କା

 
DA

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର। ଚାକିରିଆ ମାନେ ମାସିକ ପାଉଥିବା ମହଙ୍ଗା ଭତ୍ତା ଅର୍ଥାତ ଡ଼ିଏ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ପୂର୍ବରୁ କର୍ମଚାରୀ ମାନଙ୍କୁ ୩୪ ପ୍ରତିଶତ ଡ଼ିଏ ମିଳୁଥିବା ବେଳେ ଏବେ ଏହା ୩୮ ପ୍ରତିଶତକୁ ବୃଦ୍ଧି ପାଇଛି। ଆସନ୍ତା ମାସରେ ଏହି ଅର୍ଥ କର୍ମଚାରୀମାନଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍ କରାଯିବ ବୋଲି ଜଣାଯାଇଛି।

Money

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାଇ ଆସନ୍ତା ମାସରେ ହିଁ ସରକାର ଏଥିନେଇ ଘୋଷଣା କରିପାରନ୍ତି। ତେଣୁ, ଆଗାମୀ ମାସ ଠାରୁ କର୍ମଚାରୀମାନଙ୍କୁ ବର୍ଦ୍ଧିତ ଡ଼ିଏ ମିଳିବ ବୋଲି ଆଶା କରାଯାଉଛି। ସବୁଠାରୁ ବଡ଼ କଥା ହେଉଛି ସେପ୍ଟେମ୍ବର ମାସରେ ମିଳିବାକୁ ଯାଉଥିବା ବର୍ଦ୍ଧିତ ଭତ୍ତା ସହିତ ଜୁଲାଇ ଏବଂ ଅଗଷ୍ଟ ମାସର ବକାୟ ଭତ୍ତା ମଧ୍ୟ ମିଳିବ ବୋଲି ଆଲୋଚନା ହେଉଛି।

Govt office

ସପ୍ତମ ବେତନ ଆୟୋଗର ବର୍ତ୍ତମାନର ସ୍କେଲ ଅନୁଯାୟୀ, କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ୩୪ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ମିଳୁଛି। ତେବେ ଏହି ଭତ୍ତା ରାଶି ୩୮ ପ୍ରତିଶତକୁ ବୃଦ୍ଧି ପାଇବ। ସର୍ବାଧିକ ବେତନ ସ୍କେଲକୁ ହିସାବକୁ ନେଲେ ୫୬,୯୦୦ ଟଙ୍କା ମୌଳିକ ବେତନ ଉପରେ ଜଣେ କର୍ମଚାରୀ ୨୧,୬୨୨ ଟଙ୍କା ପ୍ରତ୍ୟେକ ମାସରେ ଡିଏ ଭାବରେ ପାଇପାରିବେ।