ଆମକୁ ବର୍ଷକ ଭିତରେ ଛୁଆଟେ ଦରକାର ନହେଲେ ୫କୋଟି ଦେ, ନାତିନାତୁଣୀ ନଦେବାରୁ ପୁଅ-ବୋହୂଙ୍କ ବିରୋଧରେ ମାମଲା, ଜାଣନ୍ତୁ ପୂରା ଘଟଣା

 
Case filed

ପୁଅ ବୋହୂମାନେ ସମ୍ପତ୍ତି ଲୋଭରେ ବାପ ମାଆଙ୍କୁ ନିର୍ଯାତନା ଦେବା ଏବଂ ଘଟଣା କୋର୍ଟ ପର୍ଯ୍ୟନ୍ତ ଯିବା ଭଳି ଘଟଣା ଆଜିକାଲି କିଛି ନୂଆ କଥା ନୁହେଁ। କିନ୍ତୁ, ଉତ୍ତରାଖଣ୍ଡର ଜଣେ ଦମ୍ପତ୍ତି ନିଜ ପୁଅ ବୋହୂଙ୍କ ବିରୁଦ୍ଧରେ ଅଜବ ପ୍ରକାର ଅଭିଯୋଗ ଆଣିଛନ୍ତି। ସେମାନେ ତାଙ୍କୁ ନାତି-ନାତୁଣୀ ସୁଖଃ ଦେଉନଥିବାରୁ ଏହି ଦମ୍ପତ୍ତି ଏକ ମାମଲା ରୁଜୁ କରିଛନ୍ତି।

Baby

ଉତ୍ତରାଖଣ୍ଡର ହରିଦ୍ବାର‌ର ବସିନ୍ଧା ସଞ୍ଜୀବ ରଞ୍ଜନ ପ୍ରଧାନ ଓ ସାଧନା ପ୍ରଧାନ ସେମାନଙ୍କ ପୁଅ ଏବଂ ବୋହୂଙ୍କ ନାମରେ ଏଭଳି ଅଭିଯୋଗ ଆଣିଛନ୍ତି। ସଞ୍ଜୀବ ବିଏଚ୍‌ଇଏଲ୍‌ର ଜଣେ ଅଧିକାରୀ ହୋଇଥିବା ବେଳେ ଏବେ ସେ ଅବସରପ୍ରାପ୍ତ ଅଟନ୍ତି। ତାଙ୍କ କହିବା ମୁତାବକ ପୁଅ ଜନ୍ମ ହେବା ପରେ ତାର ଲାଳନ ପାଳନ, ପାଠ ପଢ଼ା ଏବଂ ବିବାହ ପାଇଁ ସେ ପ୍ରାୟ ୫ କୋଟି ଟଙ୍କା ଖର୍ଚ୍ଚ କରି ସାରିଛନ୍ତି।

Biranchi and his wife

କିନ୍ତୁ, ପରିଣତ ବୟସରେ ତାଙ୍କ ପୁଅ ବୋହୂ ସେମାନଙ୍କୁ ନାତିନାତୁଣୀଙ୍କ ସୁଖଃ ଦେଉନାହାନ୍ତି। ତେଣୁ, ଲାଳନ ପାଳନ ପାଇଁ ଖର୍ଚ୍ଚ ହୋଇଥିବା ୫ କୋଟି ଟଙ୍କା ସେମାନେ ଫେରାଇ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ବିବାହର ୬ ବର୍ଷ ପୂରଣ ହୋଇଯାଇଥିଲେ ହେଁ ସେମାନେ କୌଣସି ସନ୍ତାନ ଦେଇନାହାଁନ୍ତି। ତେବେ, ଆଗାମୀ ୧ ବର୍ଷ ଭିତରେ ଯଦି ତାଙ୍କ ପୁଅ ବୋହୂ ନାତି କିମ୍ବା ନାତୁଣୀ ଦିଅନ୍ତି ତେବେ ସେ ଏହି କେସ୍ ଫେରାଇ ନେବେ ବୋଲି ସଞ୍ଜୀବ କହିଛନ୍ତି।