ଏକାସାଙ୍ଗେ ଆତ୍ମହତ୍ୟା! ଗୁଳି କରି ନିଜ ଜୀବନ ଶେଷ କଲେ ଯବାନ, ଗାଁରେ ଦଉଡି ଲଗାଇ ପତ୍ନୀଙ୍କ ଆତ୍ମହତ୍ୟା, ପୂରା ଘଟଣା ଜାଣି ହେବେ ଦୁଃଖିତ

 
Swami stree

ମାତ୍ର କେଇ ମିନିଟର କଥାବାର୍ତ୍ତା, ତା ପରେ କଣ ହେଲା କେଜାଣି ଉଭୟ ପତିପତ୍ନୀ କରିଦେଲେ ଆତ୍ମହତ୍ୟା। ଛତିଶଗଡ଼ର ବିଳାସପୁର ଅଞ୍ଚଳରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଥିବା ବେଳେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସ୍ୱାମୀ ସିଆରପିଏଫ୍ ଯବାନ ଭାବରେ ନିଯୁକ୍ତି ପାଇଥିବା ବେଳେ ତାଙ୍କ ପତ୍ନୀ ବିଳାସପୁର ସ୍ଥିତ ବାସଭବନରେ ରହୁଥିଲେ। ତେବେ, କେଉଁ କାରଣ ହେତୁ ସେମାନେ ଏଭଳି ପଦକ୍ଷେପ ଗ୍ରହଣ କରିଲେ ତାହା ବିଷୟରେ ସ୍ପଷ୍ଟ କିଛି ଜଣାପଡ଼ି ନାହିଁ।

Suicide

ମିଳିଥିବା ସୂଚନା ଅନୁଯାଇ ବିଳାସପୁରର କୁକୁରଦିକେରା ନିବାସୀ ଚନ୍ଦ୍ରଭୂଷଣ ଜଗତ (୨୫) ସିଆରପିଏଫ ୧୧୩ ବାଟାଲିୟନରେ ଯବାନ ଥିବାବେଳେ ମହାରାଷ୍ଟ୍ରର ଗଡଚିରୋଲିରେ ସେ ମୁତୟନ ଥିଲେ। ମାତ୍ର ୩ ମାସ ପୂର୍ବରୁ ତାଙ୍କର ୟାମିନୀ ଭଗତ(୨୨) ନାମକ ଜଣେ ମହିଳାଙ୍କ ସହିତ ବିବାହ ସମ୍ପନ୍ନ ହୋଇଥିଲା। ବିବାହର କିଛି ଦିନ ପରେ ଚନ୍ଦ୍ରଭୂଷଣ ଡ୍ୟୁଟିକୁ ଫେରି ଆସିଥିଲେ।

Couple

ତେବେ, ଘଟଣା ଦିନ ଚନ୍ଦ୍ରଭୂଷଣ ଦୀର୍ଘ ସମୟ ଧରି ନିଜ ସ୍ତ୍ରୀଙ୍କ ସହିତ କଥା ହୋଇଥିଲେ। ଏହାପରେ କଣ ହେଲା କେଜାଣି ଚନ୍ଦ୍ରଭୂଷଣ ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଚଳାଇ ଆତ୍ମହତ୍ୟା କରିଥିଲେ। ସେପଟେ ୟାମିନୀ ଘରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।