ପୁଣି ହେବ କି ଲକଡାଡନ୍! ପୁଣିଥରେ ଉପରମୁହାଁ କରୋନା ସଂକ୍ରମଣ! ୮ ହଜ଼ାର ଟପିଲା ଦୈନିକ ସଂକ୍ରମଣ, ଜାଣନ୍ତୁ ପୂରା ଖବର
କିଛିଦିନ ଧରି ଦେଶରେ କରୋନା ସଂକ୍ରମଣ କାବୁ ଭିତରେ ରହିଥିବା ବେଳେ ଏବେ ପୁଣି ଥରେ ଦୈନିକ ସଂକ୍ରମଣ ବଢ଼ିବାରେ ଲାଗିଛି। ଏପରିକି ଏଥର ମୃତ୍ୟୁସଂଖ୍ୟା ଉପରେ ମଧ୍ୟ ରୋକ ଲାଗି ପାରୁନଥିବା ଜଣାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦୈନିକ ସଂକ୍ରମଣ ହାର ୮ ହଜ଼ାର ଉପରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
କିଛି ମାସ ତଳେ ଭାରତରେ କରୋନାର ଦୈନିକ ସଂକ୍ରମଣ ୪ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିଥିବା ବେଳେ ଏହା ତଳକୁ ଖସି ପ୍ରଥମେ ୨ ଲକ୍ଷ ଏବଂ ପରେ ୩ ହଜ଼ାର ତଳକୁ ଖସି ଆସିଥିଲା। ଏବେ, ସଂକ୍ରାମଣ ହାର ପୁଣିଥରେ ଉପରମୁହାଁ ହୋଇଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାଇ ବିଗତ ୨୪ ଘଣ୍ଟା ମଧ୍ୟରେ ୮୫୮୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
India reports 8,582 fresh COVID19 cases today; Active cases rise to 44,513 pic.twitter.com/iwzoAyS784
— ANI (@ANI) June 12, 2022
ଏବେ ସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୩୨ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇ ସାରିଲେଣି। ସେମାନଙ୍କ ମଧ୍ୟରୁ ୪୪୫୧୩ ସକ୍ରିୟ ମାମଲା ରହିଥିବା ବେଳେ ପ୍ରାୟ ୪ କୋଟି ୨୬ ଲକ୍ଷ ୫୨ ହଜାର ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କିନ୍ତୁ, ଦୁର୍ଭାଗ୍ୟବଶତଃ ୫୨୪୭୬୧ କରୋନା ସଂକ୍ରମିତ ପ୍ରାଣ ମଧ୍ୟ ହରାଇଛନ୍ତି।