ମହଙ୍ଗା ମାଡ଼ରୁ ମିଳିବ ମୁକ୍ତି! ଶସ୍ତା ହେଲା ଖାଇବା ତେଲ, ଜାଣନ୍ତୁ କେତେ ଟଙ୍କା କମିଲା ଦର

 
Cooking oil

ମହଙ୍ଗା ମାଡ଼ରୁ ଖାଉଟିଙ୍କୁ ମିଳିବ ସାମାନ୍ୟ ଅଶ୍ୱସ୍ତି। ପେଟ୍ରୋଲ ପରେ ଏବେ ପୁଣିଥରେ ଖାଇବା ତେଲର ଦର ହ୍ରାସ ହୋଇଛି। ସୂର୍ଯ୍ୟମୂଖୀ, ସୋୟାବିନ୍, ଶୋରିଷ ଓ ପାମ୍ ତେଲର ଦର ପ୍ରାୟ ୨୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି। ଧାରା ବ୍ରାଣ୍ଡରେ ଖାଇବା ତେଲ ବିକ୍ରି କରୁଥିବା କମ୍ପାନୀ ମଦର ଡାଏରୀ ପ୍ରାୟ ସମସ୍ତ ତେଲର ଦାମ ୧୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛି।

Cooking oil

 ଦର କମ ଥିବା ତେଲ ପ୍ୟାକେଟ ଖୁବଶୀଘ୍ର ବଜାରରେ ଉପଲବ୍ଧ ହେବ ବୋଲି କମ୍ପାନୀ ତରଫରୁ କୁହାଯାଇଛି। ଗତ ସପ୍ତାହରେ ହାଇଦ୍ରାବାଦ ସ୍ଥିତ ଜେମିନି କମ୍ପାନୀ ତରଫରୁ ଫ୍ରିଡମ୍ ସୂର୍ଯ୍ୟମୂଖୀ ତେଲ ୧୫ ଟଙ୍କା ହ୍ରାସ କରାଯାଇଥିଲା। ରୁଷ ଓ ଆର୍ଜେଂଟିନା ପରି ଦେଶରୁ ସୂର୍ଯ୍ୟମୁଖୀ ତେଲ ଆମଦାନୀ ବଢ଼ି ଯାଇଥିବାରୁ ଆଗାମୀ ଦିନରେ କମ୍ପାନୀ ତରଫରୁ ସୂର୍ଯ୍ୟମୂଖୀ ତେଲର ଦର ୨୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି।

Price low