ଅଫିସରେ ଶୋଇବା ପାଇଁ ମିଳିବ ମୋଟା ଅଙ୍କର ଦରମା! ଏହି କମ୍ପାନୀ ଦେଉଛି ଏଭଳି ଅଫର୍, ଆବେଦନ ପ୍ରକ୍ରିୟା ହେଲା ଆରମ୍ଭ

 
Sleep job

ଦୁନିଆରେ ସମସ୍ତେ ନିଜ ମନ ପସନ୍ଦର ଚାକିରୀ ଖୋଜିଥାନ୍ତି। କମ୍ପାନୀରେ ଭଲ ଓ ପରିଶ୍ରମ କରି କାମ କରିଲେ ଭଲ ଦରମା ମଧ୍ୟ ମିଳିଥାଏ। ତେବେ, ଅଫିସ୍ ଆସି କେବଳ ଶୋଇବା ପାଇଁ ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର ଦରମା ମିଳିଥାଏ ବୋଲି ଆପଣ ଜାଣନ୍ତି କି? କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ହେଁ ଏହା ସମ୍ପୂର୍ଣ୍ଣ ଭାବରେ ସତ ଅଟେ। ନ୍ୟୁୟର୍କର ଏକ ପ୍ରତିଷ୍ଠିତ କମ୍ପାନୀ ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି।

Sleep

ଆମେରିକୀୟ ମ୍ୟାଟ୍ରେସ୍ କମ୍ପାନୀ ‘କ୍ୟାସପର’ ଏହିଭଳି ଏକ ଚାକିରୀ ବାହାର କରିଛି। ଏଥିରେ ନିଯୁକ୍ତି ପାଇବାକୁ ହେଲେ ପ୍ରାର୍ଥୀଙ୍କ ପାଖରେ ନିଦରେ ଶୋଇବାର ଅସାଧାରଣ ଦକ୍ଷତା ରହିଥିବା ଆବଶ୍ୟକ। ଏହା ବ୍ୟତୀତ ପ୍ରାର୍ଥୀଙ୍କୁ ଭଲ ଟିକଟକ୍ ଭିଡ଼ିଓ ଏଡ଼ିଟ୍ କରି ପୋଷ୍ଟ କରି ଆସୁଥିବା ମଧ୍ୟ ଦରକାର। ଏହି ଭିଡ଼ିଓ ମାଧ୍ୟମରେ ପ୍ରାର୍ଥୀଙ୍କୁ କମ୍ପାନୀର ମ୍ୟାଟ୍ରେସରେ ଶୋଇବାର ଅନୁଭୂତିକୁ ଅତି ଆକର୍ଷଣୀୟ ଢଙ୍ଗରେ ପରିପ୍ରକାଶ କରିବାକୁ ହେବ।

Sleep job

ଏଥିପାଇଁ କମ୍ପାନୀ ନିଜର ୱେବସାଇଟ୍ www.casper.com/jobs ରେ ଚାକିରୀକୁ ନେଇ ସମସ୍ତ ବିବରଣୀ ପ୍ରଦାନ କରିଛି। ଏହି ଚାକିରୀ ପାଇଁ ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ କମ୍ ହେବା ଉଚିତ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏଭଳି ଅଜବ ଚାକିରୀ ପ୍ରଦାନ କରିବାରେ କ୍ୟାସପର୍ ପ୍ରଥମ କମ୍ପାନୀ ନୁହେଁ ଏହା ପୂର୍ବରୁ କ୍ୟାଣ୍ଡି ଫନ୍ ହାଉସ୍ ନାମକ ଆଉ ଏକ କମ୍ପାନୀ କେବଳ କ୍ୟାଣ୍ଡି ଖାଇବା ପାଇଁ ବର୍ଷକୁ ୭୮ ଲକ୍ଷ ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲା।