ଦେଖନ୍ତୁ ଭିଡ଼ିଓ: ସତ ହେଉଛି ଚତୁର କାଉର ଗପ! ପ୍ଲାଷ୍ଟିକ୍ ବୋତଲରେ ଗୋଡ଼ି ପକାଇ ପାଣି ପିଇବାରେ ସଫଳ ହେଉଛି ଏହି ଚଢ଼େଇ

 
Clever crow

ପିଲାଦିନେ ଚତୁର କୁଆର ଗପ ତ ଆପଣ ନିଶ୍ଚିତ ଭାବରେ ଶୁଣିଥିବେ। ଏହି ଗପରେ ନିଜର ବୁଦ୍ଧିର ସଠିକ୍ ବ୍ୟବହାର କରି କାଉଟିଏ ଏକ ମାଠିଆରୁ ପାଣି ପିଇଥାଏ। ତେବେ, କାହାଣୀଟି କାଳ୍ପନିକ ହୋଇଥିଲେ ମଧ୍ୟ ଏହା ଆମ୍ଭ ସମସ୍ତଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଥିଲା।

Bird

ତେବେ, ଏହି କାହାଣୀ ଏବେ ବାସ୍ତବ ରୂପ ନେଇଛି। ଏଭିଭଳି ହିଁ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ କାଉ ନ ଥିଲେ ହେଁ ଆଉ ଏକ ଚଢ଼େଇକୁ ଦେଖିବାକୁ ମିଳୁଛି। ଅବଶ୍ୟ ସମୟ ବଦଳିବା ସହିତ ଏଠାରେ ମାଠିଆ ନାହିଁ ବରଂ ତା ସ୍ଥାନରେ ଏକ ପ୍ଲାଷ୍ଟିକ ବୋତଲ ରହିଛି। ଆମେ ପଢ଼ିଥିବା କାହାଣୀ ପରି ଏଠାରେ ମଧ୍ୟ ବୋତଲରେ ଜଳ ସ୍ଥର କମ ରହିଛି ଫଳରେ ଚଢ଼େଇଟି ପାଣି ପିଇ ପାରୁନାହିଁ।

ଚତୁର ଚଢ଼େଇଟି ତୁରନ୍ତ ସେହି ପାଣି ବୋତଲରେ କିଛି ଗୋଡ଼ି ପକାଇବାକୁ ଲାଗୁଛି। ଏପରି କରି କରି ଶେଷରେ ଜଳସ୍ଥର ଉପରକୁ ଆସୁଛି ଏବଂ ଚଢ଼େଇଟି ଅତି ସହଜରେ ପାଣି ପିଇ ନିଜର ତୃଷ୍ଣା ମେଣ୍ଟାଇବାରେ ସଫଳ ହେଉଛି। ଭାଇରାଲ ହେଉଥିବା ଏହି ଭିଡ଼ିଓଟି କେଉଁଠାରେ ରେକର୍ଡ଼ କରାଯାଇଛି ସେଥିନେଇ କୌଣସି ସୂଚନା ମିଳିନଥିଲେ ହେଁ ଏହା ନେଟିଜେନ୍ସଙ୍କୁ ଖୁବ ପସନ୍ଦ ଆସିଛି।