ଘମାଘୋଟ ଯୁଦ୍ଧ ଭିତରେ ୟୁକ୍ରେନ ଝିଅଙ୍କ ଡ଼ିମାଣ୍ଡ, ବାହା ହେବାକୁ ଚୀନ ପୁଅଙ୍କ କମ୍ପିଟିସନ୍, କାରଣ ଜାଣି ହେବେ ତାଜୁବ୍

 
Ukraine chin

ଋଷର ଆକ୍ରମଣ ପରେ ୟୁକ୍ରେନର ଅନେକ ସହରରେ ସ୍ଥିତି ଅତି ସଙ୍ଗୀନ ଅବସ୍ଥାରେ ରହିଛି। ରାଜଧାନୀ କିଭ୍ ଏବଂ ଅନ୍ୟ ସହର ଗୁଡିକରେ କୋଠା ବାଡ଼ି ଏବଂ ଘର ଭାଙ୍ଗିରୁଜି ଯାଇଥିବା ବେଳେ ଅନେକ ଜନସାଧାରଣ ପ୍ରାଣ ହରାଇଥିବା ସୂଚନା ମିଳିଛି। ୟୁକ୍ରେନର ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ବେଳେ ଲୋକେ ଦେଶ ଛାଡ଼ି ଅନ୍ୟତ୍ର ପଳାୟନ କରୁଛନ୍ତି। ଏଭଳି ପରିସ୍ଥିତିରେ ବାହାର ଦେଶ ଖାସ୍ କରି ଚୀନରେ ୟୁକ୍ରେନ ଯୁବତୀ ମାନଙ୍କର କ୍ରେଜ୍ ବଢ଼ିବାରେ ଲାଗିଛି।

Ukraine girls

ବାସ୍ତବରେ, ଚାଇନାର ପୁଅମାନେ ବିବାହ ପାଇଁ ୟୁକ୍ରେନ ଯୁବତୀ ମାନଙ୍କୁ ଖୋଜିବା ଆରମ୍ଭ କରିଛନ୍ତି। ଡେଟିଂ ସାଇଟ ମିଲିସ୍କା ଠାରୁ ଏଭଳି ତଥ୍ୟ ହସ୍ତଗତ ହୋଇଛି। 'ନ୍ୟୁୟର୍କ ପୋଷ୍ଟ' ଅନୁଯାୟୀ, ଯୁଦ୍ଧ ପରେ ୟୁକ୍ରେନ ଯୁବତୀମାନେ ନିଜକୁ ଏହି ଦେଶରେ ସୁରକ୍ଷିତ ମଣୁନାହାଁନ୍ତି ଏବଂ ସେମାନଙ୍କର ଭବିଷ୍ୟତ ମଧ୍ୟ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଉଛି। ଏପରି ପରିସ୍ଥିତିରେ ଚାଇନିଜ ପୁରୁଷମାନେ ସେମାନଙ୍କ ପାଇଁ ଉତ୍ତମ ବିକଳ୍ପ ହେବାକୁ ଚେଷ୍ଟା କରୁଛନ୍ତି।

China men

ଚାଇନାର ପୁଅମାନେ ୟୁକ୍ରେନ ଯୁବତୀମାନଙ୍କୁ ଡେଟିଂ ସାଇଟ୍ ଏବଂ ମ୍ୟାଟ୍ରିମୋନିଆଲ୍ ସାଇଟ ଜରିଆରେ ବିବାହ ପ୍ରସ୍ତାବ ପଠାଉଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚାଇନାରେ ଅବଲମ୍ବନ କରାଯାଉଥିବା 'ଜନସଂଖ୍ୟା ନିୟନ୍ତ୍ରଣ ନୀତି' ଯୋଗୁ ପୁଅମାନଙ୍କ ତୁଳନାରେ ଝିଅମାନଙ୍କର ଅନୁପାତ ଯଥେଷ୍ଟ ହ୍ରାସ ପାଇଛି। ଏଭଳି ପରିସ୍ଥିତିରେ ଚାଇନିଜମାନେ ସାଧାରଣତଃ ବିବାହ ପାଇଁ ଇଷ୍ଟ ୟୁରୋପର ଯୁବତୀମାନଙ୍କୁ ପ୍ରାଥମିକତା ଦେଇ ଆସୁଛନ୍ତି।