ଚକୋଲେଟ ଭାବି ଏକାସାଙ୍ଗେ ୪ଟି ମ୍ୟାନଫୋର୍ସ ଟ୍ୟାବଲେଟ ଖାଇଦେଲା ୫ ବର୍ଷର ଶିଶୁ, ଆଉ ତା ପରେ...

 
Child

ଚକୋଲେଟ୍ ଭାବି ଏକା ସହିତ ଚାରି ଚାରୋଟି ମ୍ୟାନଫୋର୍ସ ଟ୍ୟାବଲେଟ୍ ଖାଇଦେଲା ୫ ବର୍ଷର ଶିଶୁ। ସ୍ୱାସ୍ଥ୍ୟ ଅବସ୍ଥା ସାଙ୍ଘାତିକ ହେବାରୁ ଡାକ୍ତରଖାନାରେ ଭର୍ତ୍ତି ହେଲା ଶିଶୁ। ବିହାରର ଖଗଡ଼ିୟା ଅଞ୍ଚଳରେ ଏଭଳି ଏକ ବିଚିତ୍ର ଘଟଣା ଘଟିଥିବା ବେଳେ ଡାକ୍ତରଙ୍କର ବହୁ ପ୍ରୟାସ ପରେ ଶିଶୁଟିର ଜୀବନ ବର୍ତ୍ତିଯାଇଛି। ବର୍ତ୍ତମାନ ଶିଶୁଟି ସୁସ୍ଥ ଥିବାବେଳେ ତାଙ୍କୁ ଘରକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।

Child

ମିଳିଥିବା ସୂଚନା ଅନୁଯାଇ ଖଗଡ଼ିୟା ଅଞ୍ଚଳରେ ଏହି ଶିଶୁଟି ନିଜ ପରିବାର ସହିତ ରହିଥାଏ। ତେବେ, ଘଟଣା ଦିନ ଘର ଟେବୁଲ ଉପରେ କେତେକ ଯୌନ ଶକ୍ତିବର୍ଦ୍ଧକ ମ୍ୟାନଫୋର୍ସ ଟ୍ୟାବଲେଟ ରଖାଯାଇଥିଲା ଯାହାକୁ ଶିଶୁଟି ଚକୋଲେଟ ଭାବି ଖାଇ ଦେଇଥିଲା ଏବଂ ପରେ ବାହାରକୁ ଖେଳିବା ପାଇଁ ଚାଲି ଯାଇଥିଲା। ଏହାର କିଛି ସମୟ ପରେ ଶିଶୁଟିର ଯୌନାଙ୍ଗ ଶକ୍ତ ହୋଇଯିବା ସହିତ ପିଲାଟି ତଳେ ପଡ଼ି ଛଟପଟ ହେବାକୁ ଲାଗିଥିଲା।

Manforce tablet

ଶିଶୁଟିକୁ ତୁରନ୍ତ ଖଗଡ଼ିୟା ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଉପସ୍ଥିତ ଥିବା ଡାକ୍ତର ବର୍କତ ଅଲ୍ଲୀ ଏହି ଘଟଣାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ, ଜଣେ ଚାଇଲ୍ଡ ସ୍ପେସିଆଲିଷ୍ଟଙ୍କ ଉପଦେଶ କ୍ରମେ ଅସୁସ୍ଥ ପିଲାଟିକୁ ଲୁଣ ପାଣି ପିଆଇ ବାନ୍ତି କରାଯାଇଥିଲା। ଏହାର ଏକ ଘଣ୍ଟା ପରେ ପିଲାଟି ସୁସ୍ଥ ହେବାକୁ ଲାଗିଥିଲା। ଡାକ୍ତରଙ୍କ କହିବା ଅନୁଯାଇ ଏଭଳି ଯୌନ ଶକ୍ତିବର୍ଦ୍ଧକ ଔଷଧ ଗୁଡିକ ପିଲାମାନଙ୍କ ପାଇଁ ଅତି ମାରାତ୍ମକ ଅଟେ।