ପକେଟ୍ ଉପରେ ମହଙ୍ଗା ମାଡ଼, ଜୁଲାଇ ୧ ରୁ ବଦଳିଛି ଏହି ୭ ବଡ଼ ନିୟମ, ନିଶ୍ଚିତ ଜାଣି ରଖନ୍ତୁ ନହେଲେ ହେବେ ହଇରାଣ

 
Modi sarkar

ଚଳିତ ମାସ ପହିଲା ଠାରୁ ଦେଶରେ ୭ଟି ନିୟମରେ ପରିବର୍ତ୍ତନ ହୋଇଛି। ଏହି ସବୁ ନିୟମ ପରିବର୍ତ୍ତନ ହେବାପରେ ଏହାର ପ୍ରଭାବ ସିଧାସଳଖ ଭାବରେ ଆପଣଙ୍କ ପକେଟ ଉପରେ ପଡିବ ବୋଲି ଆଶା କରାଯାଉଛି। ଏହା ଅତ୍ୟନ୍ତ ଜରୁରୀ ସୂଚନା ହୋଇଥିବାରୁ ଆପଣ ଏହା ବିଷୟରେ ଜାଣିବା ନିତ୍ୟାନ୍ତ ଆବଶ୍ୟକ ଅଟେ।

Pan

୧. ଏପର୍ଯ୍ୟନ୍ତ ସୁଦ୍ଧା ଆପଣ ଆପଣଙ୍କ ଆଧାର କାର୍ଡ ସହିତ ପ୍ୟାନ୍ କାର୍ଡକୁ ଲିଙ୍କ କରିନାହାଁନ୍ତି କି? ଯଦି, କରିନାହାଁନ୍ତି ତେବେ ଏଥିପାଇଁ ଏବେ ଆପଣଙ୍କୁ ୧ ହଜ଼ାର ଟଙ୍କା ଦେୟ ଦେବାକୁ ହେବ। ଆପଣ ଜୁନ ୩୦ ତାରିଖ ଭିତରେ ପ୍ୟାନ ସହିତ ଆଧାର ଲିଙ୍କ କରାଇଥିଲେ ଆପଣଙ୍କୁ ୫୦୦ ଟଙ୍କା ଦେୟ ଦେବାକୁ ପଡ଼ିଥାନ୍ତା।

Crypto

୨. କ୍ରିପ୍ଟୋକରେନ୍ସି କାରବାର କରୁଥିଲେ ଏବେ ଆପଣଙ୍କୁ ଟିଡ଼ିଏସ ଦେବାକୁ ହେବ। ମାସିକ ୧୦ ହଜ଼ାର ଟଙ୍କାରୁ ଅଧିକ କ୍ରିପ୍ଟୋକରେନ୍ସି କାରବାର କରୁଥିଲେ ଆପଣଙ୍କୁ ଏଥିପାଇଁ ୧ ପ୍ରତିଶତ ଚାର୍ଜ ଦେବାକୁ ହେବ।

Gas

୩. ଅନ୍ୟପକ୍ଷରେ ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡର ଉପରେ ରିହାତି କରିଛନ୍ତି ସରକାର। ପୂର୍ବରୁ ୧୯ କିଲୋ ଗ୍ୟାସ୍ ସିଲିଣ୍ଡର ପାଇଁ ୨୨୧୯ ଟଙ୍କା ଦେବାକୁ ହେଉଥିବା ବେଳେ ଏବେ ଏଥିପାଇଁ ୨୦୨୧ ଟଙ୍କା ଖର୍ଚ୍ଚ କରିବାକୁ ପଡିବ।

Demat account

୪. ଜୁନ ୩୦ ତାରିଖ ମଧ୍ୟରେ ଡ଼ିମାଟ୍ ଅକାଉଣ୍ଟ ପାଇଁ କେୱାସୀ ନ କରାଇଥିଲେ ଆପଣଙ୍କ ଅକାଉଣ୍ଟ ଡ଼ିଆକ୍ଟିଭେଟ କରି ଦିଆଯିବ। ଏପରି ହେଲେ ସେହି ଅକାଉଣ୍ଟ ମାଧ୍ୟମରେ ଆପଣ ସେୟାର ମାର୍କେଟରେ କାରବାର କରିପାରିବେ ନାହିଁ।

Toll price

୫. ଏନ ଏଚ-୫୮(ଦିଲ୍ଲୀ ଠାରୁ ଡେରାଡୁନ) ମଧ୍ୟରେ ଯାତାୟତ କରୁଥିବା ସମସ୍ତ ଯାନବାହନ ଉପରେ ଟୋଲ ଟ୍ୟାକ୍ସ ବୃଦ୍ଧି କରାଯାଇଛି। ଏବେ ଏହି ରାସ୍ତାରେ ଯାତାୟତ କରୁଥିବା ସମସ୍ତ ଗାଡି ଗୁଡିକୁ ୫ ଟଙ୍କାରୁ ଆରମ୍ଭ କରି ୮୦ ଟଙ୍କା ପର୍ଯ୍ୟନ୍ତ ଅଧିକ ଟ୍ୟାକ୍ସ ଦେବାକୁ ହେବ।

Bike

୬. ଜୁଲାଇ ମାସରୁ ଦୁଇ ଚକିଆ ଯାନ କିଣିବା ମହଙ୍ଗା ହୋଇଯିବ। ହିରୋମୋଟୋକପ କମ୍ପାନୀ ନିଜର ସମସ୍ତ ବାଇକ ଉପରେ ୩ ହଜ଼ାର ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି କରିଛି।

TDS

୭. ଏବେ ବ୍ୟବସାୟୀଙ୍କୁ ମିଳୁଥିବା ଉପହାର ଉପରେ ୧୦ ପ୍ରତିଶତ ଟିଡ଼ିଏସ ଲାଗିବ। ଏହି ଟ୍ୟାକ୍ସ ଡାକ୍ତର ଓ ସାମାଜିକ ଗଣମାଧ୍ୟମରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଉପରେ ଲାଗିବ।