ସାବଧାନ! ଏଣିକି ଗାଡ଼ିରୁ ତେଲ ସରିଗଲେ କିମ୍ବା କମ୍ ପେଟ୍ରୋଲ ଥିଲେ କାଟିବ ଚାଲାଣ, ଜାଣନ୍ତୁ ପୂରା ଘଟଣା

 
Chalan

ଗାଡି ଚଳାଉଥିବା ସମୟରେ ହେଲମେଟ ନ ପିନ୍ଧିଲେ କିମ୍ବା ଅନ୍ୟ କୌଣସି ପ୍ରକାର ଟ୍ରାଫିକ ରୁଲ୍ ଭାଙ୍ଗିଲେ ଚାଲାଣ ଭରିବାକୁ ପଡିଥାଏ। କିନ୍ତୁ, ଗାଡ଼ିରେ କମ ତେଲ ଥିଲେ ଫାଇନ ଦେବାକୁ ହେବ ଭଳି କଥା କେବେ ଶୁଣିଛନ୍ତି କି? ଆଜ୍ଞା ହଁ, ଏବେ ସୋସିଆଲ ମିଡିଆରେ ଏଭଳି ଏକ ଚାଲାଣ ଖୁବ ଭାଇରାଲ ହେଉଛି ଯେଉଁଥିରେ ଗାଡ଼ିରେ କମ ଇନ୍ଧନ ଥିବା ଯୋଗୁ ୨୫୦ ଟଙ୍କା ଫାଇନ କଟାଯାଇଥିବା ଦେଖିବାକୁ ମିଳୁଛି।

Chalan

ଏହି ଘଟଣାଟି କେରଳରେ ଘଟିଛି। ତେବେ, ଏଥିନେଇ ପୋଲିସକୁ ପଚରା ଯାଇଥିବା ବେଳେ ଭିନ୍ନ କଥା ସାମ୍ନାକୁ ଆସିଥିଲା। ବେଶିଲ ଶ୍ୟାମ ନାମକ ଜଣେ ବ୍ୟକ୍ତି ସଡ଼କର ବିପରୀତ ଦିଗରେ ଗାଡ଼ି ଚଳାଉଥିଲେ। ଯେଉଁଥିପାଇଁ ତାଙ୍କୁ ତଣ୍ଡ ଗଣିବାକୁ ପଡିଥିଲା। କିନ୍ତୁ, ସେଠାରେ କାର୍ଯ୍ୟରତ ପୋଲିସ କର୍ମଚାରୀ ଜଣକ ଚାଲାଣରେ ଭୁଲ ତଥ୍ୟ ଉଲ୍ଲେଖ କରିଥିଲେ।

Basil shyam

 ଶ୍ୟାମ ଘରକୁ ଯାଇ ଚାଲାଣର ରସିଦ ଦେଖିବା ପରେ ଏହି କଥା ସାମ୍ନାକୁ ଆସିଥିଲା। ଯାହାପରେ ଏହି ଫୋଟୋଟି ଗଣମାଧ୍ୟମରେ ଖୁବ ଭାଇରାଲ ହେଉଛି। କେରଳ ଟ୍ରାନ୍ସସ୍ପୋର୍ଟ ଆଇନ ମୁତାବକ ଏହି ପରି ଚାଲାଣ ପ୍ରକୃତରେ ବ୍ୟବସାୟିକ ବାହାନ ପାଇଁ କଟାଯାଇଥାଏ। ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ କୌଣସି ଗାଡ଼ିରେ ପର୍ଯ୍ୟାପ୍ତ ଇନ୍ଧନ ନଥିଲେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ।