ଏକା ସାଙ୍ଗେ ହେଉଥିଲା ୨ ଝିଅଙ୍କ ବାହାଘର, ପାୱାରକଟ୍ ହେବାରୁ ଅଦଳବଦଳ ହୋଇଗଲେ ବର କନିଆଁ, ଆଉ ତାପରେ...

 
Marriage

ବିବାହ ସମୟରେ ବାଧକ ସାଜିଲା ପାୱାରକଟ୍। ପରିସ୍ଥିତି ଏତେ ସାଙ୍ଘାତିକ ହୋଇଗଲା ଯେ ପାୱାରକଟ୍ ସମୟରେ ବେଦୀରେ ବର ବଦଳିଗଲେ। ମଧ୍ୟପ୍ରଦେଶର ଉଜୈନଠାରୁ ପ୍ରାୟ ୨୦ କିଲୋମିଟର ଦୂର ବଡନଗର ତହସିଲର ଅସଲାନା ଗାଁରେ ଏଭଳି ଏକ ଅଜବ୍ ଘଟଣା ଘଟିଥିବା ବେଳେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଯାଇଛି।

Marriage

ମିଳିଥିବା ଖବର ଅନୁଯାଇ ରମେଶଲାଲଙ୍କ ଝିଅ ନିକିତା ଓ କରସ୍ମାଙ୍କର ଦଙ୍ଗୱାରାର ଭୋଳା ଓ ଗଣେଶ ନାମକ ଦୁଇ ଯୁବକଙ୍କ ସହ ବିବାହ ସ୍ଥିର କରାଯାଇଥିଲା। ବିବାହ କରିବାକୁ ଆସିଥିବା ଯୁବକ ଦ୍ୱେୟ ଅଲଗା ଅଲଗା ପରିବାରର ହୋଇଥିଲେ ହେଁ ଗୋଟିଏ ବେଦୀରେ ଉଭୟଙ୍କର ବିବାହ ଅନୁଷ୍ଠିତ ହେଉଥିଲା।

Bride swap

ଠିକ୍ ବେଦୀ ଉପରକୁ କନ୍ୟା ଆସିବା ସମୟରେ ହିଁ ପାୱାରକଟ୍ ହୋଇଯାଇଥିଲା। କନ୍ୟା ବେଶରେ ଥିବା ଦୁଇ ଭଉଣୀ ସମାନ ପ୍ରକାରର ପୋଷାକ ପିନ୍ଧିବା ସହିତ ମୁଣ୍ଡରେ ଓଢଣୀ ପକାଇଥିଲେ ତେଣୁ ସେମାନଙ୍କ ବର ତାଙ୍କୁ ଚିନ୍ହିପାରିନଥିଲେ। କନ୍ୟା ଅଦଳବଦଳ ହେବାର ଦୀର୍ଘ ସମୟ ପର୍ଯ୍ୟନ୍ତ କେହି ଜାଣି ପାରିନଥିଲେ ଏବଂ ବିବାହ କାର୍ଯ୍ୟକ୍ରମ ସମାପ୍ତ ହୋଇ ଯାଇଥିଲା। ବଧୂ ବିଦାୟୀ ସମୟରେ କନ୍ୟା ବଦଳି ଯାଇଥିବା ଜଣାପଡିଥିଲା। ତେବେ, ପରଦିନ ପୁଣି ଥରେ ଦୁଇ କନ୍ୟାଙ୍କର ଉପଯୁକ୍ତ ବର ସହିତ ବିବାହ କରାଇ ଦିଆଯାଇଥିଲା।