ଶୋକସଭାରେ ବଦଳିଗଲା ବିବାହ ଉତ୍ସବ! କନ୍ୟାକୁ ବର ବରଣ ମାଳା ପିନ୍ଧାଇବା ସମୟରେ ବେଦୀ ଉପରେ ଚାଲିଗଲା ନବବଧୂଙ୍କ ଜୀବନ, ପୂରା ଘଟଣା ଜାଣି ହେବେ ଦୁଃଖିତ

 
Marriage

ବିବାହ ପାଇଁ ସବୁ ପ୍ରସ୍ତୁତି ସାରିଥିଲା, ପଣ୍ଡିତଙ୍କ ମନ୍ତ୍ର ପଢା ମଧ୍ୟ ସରିଥିଲା। ବର-ବଧୂ ଷ୍ଟେଜ୍ ଉପରେ ପରସ୍ପରକୁ ବରମାଳା ମଧ୍ୟ ପିନ୍ଧାଇଥିଲେ। କିନ୍ତୁ, ହଠାତ ଖୁସିର ଆସର ସେତବେଳେ ଦୁଃଖରେ ବଦଳି ଯାଇଥିଲା। ଯେତେବେଳେ, ବିବାହ ବେଦୀରେ ହିଁ କନ୍ୟାର ମୃତ୍ୟୁ ଘଟିଥିଲା।

Marriage

ଉତ୍ତରପ୍ରଦେଶ ଲଖ୍ନୌ ସ୍ଥିତ ମଲିହାବାଦ ଭଦୱାନା ଗାଁରେ ଏଭଳି ହିଁ ଏକ ଦୁଃଖଦ ଘଟଣା ଘଟି ଯାଇଛି। ମିଳିଥିବା ସୂଚନା ଅନୁଯାଇ ଏଠାରେ ରହୁଥିବା ରାଜପାଳଙ୍କ ଝିଅ ଶିବଙ୍ଗୀଙ୍କ ର ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା। ନିମନ୍ତ୍ରିତ ସମସ୍ତ ଅତିଥି ଭୋଜି ଖାଇବା ପରେ ବରମାଳା କାର୍ଯ୍ୟକ୍ରମ ପାଇଁ ବେଦୀ ପାଖରେ ଉପସ୍ଥିତ ଥିଲେ।

Death

ବର ବିବେକ ଏବଂ ଶିବଙ୍ଗୀ ପରସ୍ପରକୁ ଫୁଲମାଳ ପିନ୍ଧାଇଥିଲେ। ତେବେ, ଏହା ପରେ ପରେ ହିଁ ଶିବଙ୍ଗୀ ତଳେ ପଡି ଯାଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଥିଲା। ଏହି ଘଟଣା ପରେ ସେଠାରେ ଉପସ୍ଥିତ ସମସ୍ତ ଅତିଥି ଏବଂ ଉଭୟ ପରିବାରଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଥିଲା।