ଏମିତି ବି ଆସେ ମୃତ୍ୟୁ, ବିବାହ ବେଦୀରେ ଟଳିପଡ଼ିଲେ ନବବିବାହିତା କନ୍ୟା, ପୂରା ଘଟଣା ଜାଣି ହେବେ ଦୁଃଖିତ

 
Kanya mrutyu

ବିବାହ ବେଦୀରେ ବସି ନୂଆ ଜୀବନ ଆରମ୍ଭ କରିବାକୁ ଦେଖୁଥିଲେ ସ୍ୱପ୍ନ କିନ୍ତୁ ଦଇବ ସହିଲାନି। ଚାଲିଗଲା ନବବିବାହିତାଙ୍କ ଜୀବନ, କର୍ଣ୍ଣାଟକର କୋଲାର୍ ଜିଲ୍ଲାରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଥିବା ବେଳେ ମୃତା ଯୁବତୀଙ୍କର ପରିବାର ଲୋକେ ତାଙ୍କର ଅଙ୍ଗ ଦାନ କରିଛନ୍ତି। ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପଲଟିଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କେ.ସୁଧାକର ଏଥିନେଇ ଟ୍ୱିଟ କରିଛନ୍ତି।

Chitra

ମିଳିଥିବା ସୂଚନା ଅନୁଯାଇ କର୍ଣ୍ଣାଟକର କୋଲାର ଜିଲ୍ଲାରେ ଥିବା ଶ୍ରୀନିଭାସପୁର ଠାରେ ଚିତ୍ରା ନାମକ ଏହି ଯୁବତୀଙ୍କର ବିବାହ କାର୍ଯ୍ୟକ୍ରମ ଚାଲିଥିଲା। ଚିତ୍ରା ବଧୂ ବେଶରେ ସଜ ହୋଇ ମଣ୍ଡପକୁ ଆସିଥିଲେ। ଏପରିକି ବର ସହିତ ହାତଗଣ୍ଠି ମଧ୍ୟ ପଡ଼ିଯାଇଥିଲା କିନ୍ତୁ, ହଠାତ ସବୁକିଛି ଓଲଟପାଲଟ ହୋଇଯାଇଥିଲା। ଚିତ୍ରା ହଠାତ ସେହି ମଣ୍ଡପ ଉପରେ ହିଁ ଟଳି ପଡ଼ିଥିଲେ।

Death

ଚିତ୍ରାଙ୍କୁ ତାଙ୍କ ପରିବାର ଲୋକେ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରୁ ତାଙ୍କୁ ବେଙ୍ଗାଳୁରୁ କୁ ସ୍ଥାନାନ୍ତରିତ କରାଯାଇଥିଲେ ହେଁ ଚିତ୍ରାଙ୍କୁ ମୃତ ଘୋଷଣା କରାଯାଇଥିଲା। ବାହାଘର ଦିନ ଝିଅକୁ ହରାଇବା ପରେ ଚିତ୍ରାଙ୍କର ପରିବାର ଲୋକେ ହତାଶ ହୋଇପଡ଼ିଥିଲେ ହେଁ ଝିଅର ଅଙ୍ଗଦାନ କରି ସେମାନେ ଏକ ମହତ୍ କାମ କରିଥିଲେ। ଘଟଣା ସମ୍ପର୍କରେ କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ କେ.ସୁଧାକର ଟ୍ୱିଟ କରିଥିଲେ। ସେ ଚିତ୍ରାଙ୍କର ମୃତ୍ୟୁ ଖବରକୁ ନେଇ ଦୁଃଖପ୍ରକାଶ କରିଥିବା ବେଳେ ଝିଅର ଅଙ୍ଗଦାନ କରିଥିବାରୁ ଚିତ୍ରାଙ୍କ ପରିବାର ଲୋକଙ୍କୁ ସେ ପ୍ରଶଂସା କରିଛନ୍ତି।