ବିବାହ ଦିନ ମଦ ପିଇବା ପଡ଼ିଲା ମହଙ୍ଗା ନିଶାରେ ବରକୁ ଦେଖି ମଣ୍ଡପ ଛାଡ଼ି ବିବାହ ଭାଙ୍ଗିଦେଲା କନିଆଁ, ଆଉ ତାପରେ...

 
Marriage

ନିଜ ବାହାଘର ଦିନ ମଦ ପିଇବା ପଡ଼ିଲା ମହଙ୍ଗା। ମଦପିଇ ଅସୁସ୍ଥ ହୋଇ ପଡ଼ିଥିବା ବର ସହିତ ବାହାଘର ଭାଙ୍ଗିଦେଲା କନିଆଁ। ଉତ୍ତରପ୍ରଦେଶ ମହାରାଜଗଞ୍ଜ ଠାରେ ଏଭଳି ଏକ ଘଟଣା ଘଟିଥିବା ବେଳେ ଏହା ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ଅବଶ୍ୟ ଏଥିନେଇ ଥାନାରେ କୌଣସି ପ୍ରକାର ଅଭିଯୋଗ ହୋଇନଥିବା ଜଣାଯାଇଛି।

Marriage

ମିଳିଥିବା ସୂଚନା ଅନୁଯାଇ ଯୁବକ ଜଣକ ବିବାହ କରିବା ପାଇଁ ବରଯାତ୍ରୀ ଧରି କନ୍ୟା ଘରକୁ ଯାଉଥିଲେ। କିନ୍ତୁ, ରାସ୍ତାରେ କିଛି ସାଙ୍ଗମାନଙ୍କ ସହିତ ସେ ମଦ ପିଇଦେଇଥିଲେ। ଯୁବକ ଜଣକ ଏତେ ମାତ୍ରାରେ ନିଶାସକ୍ତ ହୋଇଯାଇଥିଲେ ଯେ ତାଙ୍କ ଦେହ ଖରାପ ହୋଇଯାଇଥିଲା। ତାଙ୍କୁ ତାଙ୍କ ପରିବାର ଲୋକେ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

Alcohol

ବର ଡାକ୍ତରଖାନାରେ ପଡିଥିବା ଖବର ପାଇଁ କନ୍ୟା ଘର ଲୋକେ ମଧ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ। ସେଠାରେ ବର ସୁସ୍ଥ ଥିବା କୁହାଯାଇଥିଲେ ହେଁ ମଦ ପିଇବା ହେତୁ ତାଙ୍କର ଏଭଳି ଅବସ୍ଥା ହୋଇଥିବା କନ୍ୟା ଜାଣିବାକୁ ପାଇଥିଲେ। ଏହି ଖବର ଜାଣିବା ପରେ ସେ ଉକ୍ତ ଯୁବକଙ୍କୁ ବିବାହ କରିବାକୁ ଚାହିଁନଥିଲେ। ଫଳରେ ବାଧ୍ୟ ହୋଇ ବରପକ୍ଷଙ୍କୁ ବରଯାତ୍ରୀ ଧରି ଘରକୁ ଫେରିବାକୁ ପଡିଥିଲା।