୯ ଜଣ ଯୁବତୀଙ୍କୁ ବିବାହ କରିଥିଲେ ଏହି ଯୁବକ, ଜଣେ ସ୍ତ୍ରୀ ଛାଡପତ୍ର ଦେବାପରେ ନେଲେ ଏଭଳି ନିଷ୍ପତ୍ତି ଯେ ଜାଣି ଉଡିଯିବ ହୋସ୍

 
Jubaka

ଭାରତୀୟ ପରମ୍ପରା ଅନୁଯାଇ ଜଣେ ପୁରୁଷକୁ ଏଠାରେ ଜଣେ ମାତ୍ର ପତ୍ନୀ ରଖିବା ପାଇଁ ଅନୁମତି ମିଳିଥାଏ। କିନ୍ତୁ, ବ୍ରଜ଼ିଲ ଭଳି ପାଶ୍ଚାତ୍ୟ ଦେଶ ମାନଙ୍କରେ ଏକାଧିକ ବିବାହ କରିବା ପାଇଁ ମଧ୍ୟ ଅନୁମତି ରହିଛି। ବ୍ରାଜିଲରେ ରହୁଥିବା ଆର୍ଥର ଓ ଉର୍ସୋ ନାମକ ଜଣେ ମଡେଲ ଦୁଇଟି କିମ୍ବା ତିନୋଟି ନୁହେଁ ବରଂ ୯ ଜଣ ମହିଳାଙ୍କୁ ନିଜ ପତ୍ନୀ ରୂପରେ ସ୍ୱୀକାର କରିଛନ୍ତି।କିନ୍ତୁ, ଦୁଃଖର ବିଷୟ ହେଉଛି ତାଙ୍କର ଜଣେ ପତ୍ନୀ ଉର୍ସୋଙ୍କ ଠାରୁ ଛାଡ଼ପତ୍ର ଚାହୁଁଛନ୍ତି।

Wives

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ହିଁ ଆର୍ଥର ଏକାସଙ୍ଗେ ୯ ଜଣ ମହିଳାଙ୍କୁ ବିବାହ କରି ଚର୍ଚ୍ଚାର ପରିସରକୁ ଆସିଥିଲେ। ତେବେ, ବର୍ତ୍ତମାନ ଅଗାଥା ନାମକ ତାଙ୍କର ଜଣେ ପତ୍ନୀ ଛାଡ଼ପତ୍ର ଚାହୁଁଛନ୍ତି। ଏଥିନେଇ ଦୁଃଖ ପ୍ରକାଶ କରିଛନ୍ତି ଆର୍ଥର କିନ୍ତୁ, ତାଙ୍କର ୧୦ ଜଣ ପତ୍ନୀ ରଖିବାକୁ ଇଚ୍ଛା ଥିବାରୁ ସେ ଆଗାମୀ ଦିନରେ ଏହି ସ୍ୱପ୍ନକୁ ପୂରଣ କରିବେ ବୋଲି କହିଛନ୍ତି। ଏଥିପାଇଁ ସେ ଆଉ ଦୁଇଜଣ ମହିଳାଙ୍କୁ ବିବାହ କରିବାକୁ ଚିନ୍ତା କରୁଛନ୍ତି।

Arther

ଆର୍ଥରଙ୍କ କହିବା ଅନୁଯାଇ ଛାଡ଼ପତ୍ର ନେବାକୁ ଚାହୁଁଥିବା ତାଙ୍କ ପତ୍ନୀ ଅଗାଥା ନିଜ ଇଚ୍ଛାରେ ବହୁବିବାହ କରିଥିଲେ। କିନ୍ତୁ, ବର୍ତ୍ତମାନ ସମୟରେ ସେ ପୁଣିଥରେ ଏକବିବାହ ପ୍ରଥାକୁ ଅପଣାଇବାକୁ ଚାହୁଁଛନ୍ତି ସେଥିପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଆର୍ଥରଙ୍କ ଅନ୍ୟ ୮ ପତ୍ନୀ ମଧ୍ୟ ଏଥିପାଇଁ ଅଗାଥାଙ୍କୁ ଦୋଷ ଦେଉଛନ୍ତି। ଆର୍ଥରଙ୍କର ଗୋଟିଏ ସନ୍ତାନ ଥିବାବେଳେ ଆଗକୁ ସେ ସବୁ ପତ୍ନୀଙ୍କ ଠାରୁ ସନ୍ତାନ ପ୍ରାପ୍ତି ପାଇଁ ଲକ୍ଷ ରଖିଛନ୍ତି।