ଅଜବ ପ୍ରେମ ନିଶା! ସୁଟକେସ୍ ଭିତରେ ପ୍ରେମିକାକୁ ଭର୍ତ୍ତି କରି ହଷ୍ଟେଲକୁ ନେଉଥିଲା ପ୍ରେମିକ ଛାତ୍ର, ଆଉ ତା ପରେ…

ସାଧାରଣତଃ ଇଞ୍ଜିନିୟରିଂ ଛାତ୍ରମାନେ ନିଜର ଉଦ୍ଭାବନ ପାଇଁ ଯେତିକି ପ୍ରଶଂସିତ ହୋଇଥାନ୍ତି, ସେମାନେ ନିଜର ଦୁଷ୍ଟାମୀ ଏବଂ କଲେଜ ଲାଇଫକୁ ନେଇ ଅଧିକ ଚର୍ଚ୍ଚିତ ରହିଥାନ୍ତି। ତେବେ, ଏହାରି ଭିତରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ମଣିପାଲର ଜଣେ ଇଞ୍ଜିନିୟରିଂ ଛାତ୍ର ଏକ ସୁଟକେସ୍ ଭିତରେ ନିଜର ପ୍ରେମିକାକୁ ଭର୍ତ୍ତି କରି ହଷ୍ଟେଲ ନେବାପାଇଁ ଚେଷ୍ଟା କରିଥିଲା। କିନ୍ତୁ, ଦୁର୍ଭାଗ୍ୟବଶତଃ ସେ ସିକ୍ୟୁରିଟି ଗାର୍ଡ ହାତରେ ଧରାପଡ଼ି ଯାଇଥିଲେ।
ମିଳିଥିବା ସୂଚନା ଅନୁଯାଇ ଛାତ୍ର ଜଣକ ହଷ୍ଟେଲ ଭିତରକୁ ନିଜ ପ୍ରେମିକାଙ୍କୁ ଆଣିବାକୁ ଚାହୁଁଥିଲେ। ଏଥିପାଇଁ ସେ ଏକ ପ୍ଲାନ କରିଥିଲେ ଏବଂ ଏକ ବଡ଼ ସୁଟକେସ୍ ଭିତରେ ପ୍ରେମିକାଙ୍କୁ ଭର୍ତ୍ତି କରି ହଷ୍ଟେଲ ଚାଲି ଆସିଥିଲେ। ସେ ଏକ ଟ୍ରଲି ସୁଟକେସରେ ନିଜ ଗର୍ଲଫ୍ରେଣ୍ଡକୁ ଭରି ହଷ୍ଟେଲରେ ପହଞ୍ଚିଥିଲେ, କିନ୍ତୁ କେୟାର ଟେକର ତାଙ୍କୁ ଧରି ଦେଇଥିଲେ ଏବଂ ଝିଅଟି ସୁଟକେସର ବାହାରକୁ ଆସିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
ଯୁବକ ଜଣକ ହଷ୍ଟେଲ ଆସିବା ସମୟରେ ତାଙ୍କ ପାଖରେ ଥିବା ଭାରି ଏବଂ ବଡ଼ ବ୍ୟାଗକୁ ଦେଖି ସିକ୍ୟୁରିଟି ଗାର୍ଡ ସନ୍ଦେହ କରିଥିଲା। ଏଥିରେ କଣ ଅଛି ପଚାରିବାରୁ ଯୁବକ ଜଣକ ତାଙ୍କର କିଛି ବ୍ୟକ୍ତିଗତ ଜିନିଷ ପାର୍ସଲ ହୋଇ ଆସିଥିବା କହିଥିଲେ। କିନ୍ତୁ, ଶେଷରେ ସିକ୍ୟୁରିଟି ଗାର୍ଡ ବାଧ୍ୟ କରିବାରୁ ଯୁବକ ଜଣକ ଏହି ବ୍ୟାଗ ଖୋଲିବାକୁ ବାଧ୍ୟ ହୋଇଥିଲେ ଯେଉଁଥିରୁ ଏକ ଝିଅ ବାହାରିଥିଲା ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପଡ଼ିଥିଲେ।