ବାପା ତମ ସ୍ୱପ୍ନ ପୁରା କରି ପାରୁନି, ସୁଇସାଇଡ୍ ନୋଟ୍ ଲେଖି ଆତ୍ମହତ୍ୟା କଲେ ନବମ ଶ୍ରେଣୀ ଛାତ୍ର, ପୂରା ଘଟଣା ଜାଣି ହେବେ ଦୁଃଖିତ

 
Student

ପାଠପଢ଼ା ଚାପରେ ଚାଲିଗଲା ନାବାଳକର ଜୀବନ। ବାପା ମାଆଙ୍କ ଉଦେଶ୍ୟରେ ଏକ ଭାବପୂର୍ଣ୍ଣ ଚିଠି ଲେଖି ଆତ୍ମହତ୍ୟା କରିଛି ଜଣେ ନବମ ଶ୍ରେଣୀରେ ପଢ଼ୁଥିବା ଆଦିବାସୀ ଛାତ୍ର। ପାଠ ପଢାରେ ଭଲ କରୁନଥିବା ହେତୁ ସେ ବାପା ମାଆଙ୍କ ସ୍ୱପ୍ନ ପୂରଣ କରି ପାରିବ ନାହିଁ ତେଣୁ ନିଜ ଇଚ୍ଛାରେ ଆତ୍ମହତ୍ୟା କରୁଥିବା ସେ ସୁଇସାଇଡ଼ ନୋଟରେ ଉଲ୍ଲେଖ କରିଛନ୍ତି।

Student

ମିଳିଥିବା ସୂଚନା ଅନୁଯାଇ ବୁରାନପୁର ଜିଲ୍ଲାର ନେପାନଗର ସେକ୍ଟର ୧୪ ସ୍ଥିତ ଆଦିବାସୀ ଛାତ୍ରବାସରେ ଶନିବାର ଜଣେ ନାବାଳକ ଆତ୍ମହତ୍ୟା କରିଥିଲେ। ନାବାଳକ ଜଣଙ୍କର ଘର ଉତମ୍ବୀ ହୋଇଥିବା ବେଳେ ସେ ଏଠାରେ ଛାତ୍ରବାସରେ ରହି ପାଠ ପଢୁଥିଲେ। ବାପା ମାଆଙ୍କର ସ୍ୱପ୍ନ ପୂରଣ କରିବା ପାଇଁ ଅସମର୍ଥ ହୋଇଥିବାରୁ ସେ ଆତ୍ମହତ୍ୟା କରିଥିବା ସୁଇସାଇଡ଼ ନୋଟରେ ଲେଖିଛନ୍ତି।

Suicide note

ଉକ୍ତ ଚିଠିରେ ସେ "ଆଇ ଲଭ୍ ୟୁ" ପାପା କହି ନିଜ ବାପାଙ୍କୁ ସମ୍ୱୋଧନ କରିବା ସହ ନିଜେ ପାଠପଢାରେ ଦୁର୍ବଳ ରହିଥିବା ଏବଂ ପାଠ ଭୁଲି ଯାଉଥିବା କଥାକ ସ୍ୱୀକାର କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତରେ ଏହା କୌଣସି ନୂଆ କଥା ନୁହେଁ ପୂର୍ବରୁ ମଧ୍ୟ ପାଠ ପଢାକୁ ନେଇ ଚାପଗ୍ରସ୍ତ ଥିବା ଅନେକ ଛାତ୍ରଛାତ୍ରୀ ଆତ୍ମହତ୍ୟା କରୁଥିବାର ଅନେକ ନଜ଼ୀର ରହି ଆସିଛି।