ମେ ୨୫ ଆଜି ଭାରତ ବନ୍ଦ! ଏହି ସବୁ ଗତିବିଧି ଉପରେ ପଡିବ ପ୍ରଭାବ, ଜାଣନ୍ତୁ ପୂରା ଖବର

 
Bharath band

କେନ୍ଦ୍ର ସରକାରଙ୍କ ନୀତି ଗୁଡିକୁ ବିରୋଧ କରି ମେ ୨୫ ସାରା ଦେଶରେ ବନ୍ଦ ଡାକରା ଦିଆଯାଇଛି। ଅଲ୍ ଇଣ୍ଡିଆ ବ୍ୟାକ୍ୱାର୍ଡ ଆଣ୍ଡ ମାଇନୋରିଟି ଏମ୍ପ୍ଲଇଜି ଫେଡେରେସନ (ବିଏଏମସିଇଏଫ) ତରଫରୁ ଏହି ଡାକରା ଦିଆଯାଇଛି। ଜାତିଗତ ଜନଗଣନାକୁ ବିରୋଧ କରାଯିବା ସହିତ ଏହାକୁ ବିରୋଧ କରି ବନ୍ଦ ଡାକରା ଦିଆଯାଇଥିବା ସଂଘ ତରଫରୁ କୁହାଯାଇଛି।

Bharat bandh

ତେବେ, ବହୁଜନ ମୁକ୍ତି ପାର୍ଟି ଏକମାତ୍ର ରାଜନୈତିକ ଦଳ ଭାବରେ ଏହି ବନ୍ଦ ଡାକରାକୁ ସମର୍ଥନ କରିଛି। କେବଳ ଜାତିଗତ ଜନଗଣାନା ନୁହେଁ, ଏହାସହ ନିର୍ବାଚନରେ ଇଭିଏମ ବ୍ୟବହାରକୁ ବିରୋଧ, ଘରୋଇ କ୍ଷେତ୍ରରେ ପଛୁଆ ଓ ଦଳିତ ବର୍ଗ ପାଇଁ ସଂରକ୍ଷଣ ଲାଗୁ ଭଳି ଦାବି ଗୁଡିକୁ ଉପସ୍ଥାପନ କରିବା ପାଇଁ ଦଳ ଏହି ବନ୍ଦ ଡାକରାରେ ସାମିଲ ହୋଇଥିବା ବହୁଜନ ମୁକ୍ତି ପାର୍ଟିର ନେତା ନୀରଜ ଧିମାନ କହିଛନ୍ତି।

Strike

ଏହି ବନ୍ଦ ଡାକରାର ପ୍ରଭାବ ଦୋକାନ ବଜ଼ାର ଏବଂ ପରିବହନ ଉପରେ ପଡ଼ିବ ବୋଲି ଅନୁମାନ କରାଯାଉଛି। ଏହା ବ୍ୟତୀତ କିଣାକିଣି କରିବା ଏବଂ ସାଧାରଣ ଲୋକଙ୍କର ଯିବା ଆସିବା ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିପାରେ। ଅନ୍ୟପକ୍ଷରେ ଦୋକାନ ବଜ଼ାର ବନ୍ଦ ରଖିବା ପାଇଁ ସୋସିଆଲ ମିଡିଆରେ ବ୍ୟବସାୟୀ ମାନଙ୍କୁ ଅନୁରୋଧ କରାଯାଇଛି।