ଦେଖନ୍ତୁ ଭିଡ଼ିଓ: ୯୪ ବର୍ଷ ବୟସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଲେ ଏହି ବୃଦ୍ଧା! ଦେଶକୁ ଫେରିବା ପରେ କଲେ ଏପରି ଡ୍ୟାନ୍ସ….

 
Medal winner

ବୟସ ୯୪ ବର୍ଷ, ଯେଉଁ ବୟସରେ ଅନ୍ୟ ବୃଦ୍ଧ ବୃଦ୍ଧାମାନେ ଠିକ ଭାବରେ ଚାଲି ପାରନ୍ତିନି ସେହି ବୟସରେ ବିଦେଶରେ ଭାରତ ପାଇଁ ଗୋଟିଏ ସ୍ୱର୍ଣ୍ଣ ଏବଂ ଦୁଇଟି ବ୍ରୋଞ୍ଚ ପଦକ ଜିତିଛନ୍ତି ହରିୟାଣାର ଭଗୱାନୀ ଦେବୀ। ଫିନଲ୍ୟାଣ୍ଡରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିଅନସିପରେ ସେ ଏହି କୃତିତ୍ୱ ହାସଲ କରିଛନ୍ତି।

Bhagwani devi

ତେବେ, ଭଗୱାନୀ ଦେବୀ ଗତକାଲି ଭାରତରେ ଅବତରଣ କରିବା ପରେ ତାଙ୍କୁ ସ୍ବାଗତ କରିବା ପାଇଁ ଭିଡ଼ ଜମିଥିଲା। ଏହି ସମୟରେ ତାଙ୍କୁ ଫୁଲମାଳ ସହିତ ସ୍ୱାଗତ କରାଯିବା ପରେ ସେ ଗୀତର ତାଳେ ତାଳେ ନାଚୁଥିବା ଦେଖିବାକୁ ମିଳିଥିଲା। ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦେଖନ୍ତୁ ଭିଡ଼ିଓ:-


ଭଗୱାନୀ ଦେବୀ ବିଶ୍ୱ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୨ରେ ହେଉଥିବା ୧୦୦ ମିଟର ଦୌଡ଼କୁ ମାତ୍ର ୨୪.୭୪ ସେକେଣ୍ଡ ସମୟ ନେଇ ଶେଷ କରିଥିଲେ। ଏଥିସହିତ ସେ ସ୍ୱର୍ଣ୍ଣ ପଦକ ଜିତିବା ସହିତ ଅନ୍ୟ ଦୁଇଟି ପ୍ରତିଯୋଗିତାରେ ବ୍ରୋଞ୍ଚ ପଦକ ଜିତିଥିବା ଜଣାଯାଇଛି। ଗତକାଲି ସେ ଭାରତ ଫେରିବା ପରେ ଦିଲ୍ଲୀ ଏୟାରପୋର୍ଟ ଠାରେ ତାଙ୍କୁ ସ୍ବାଗତ କରାଯାଇଥିଲା।