ଅଜବ ପ୍ରେମ କାହାଣୀ! ପ୍ରେମ ପାଇଁ ବାଂଲାଦେଶରୁ ସମୁଦ୍ର ପହଁରି ଭାରତ ପ୍ରେମିକ ପାଖକୁ ଚାଲି ଆସିଲା ପ୍ରେମିକା, ଆଉ ତାପରେ...

 
Woman

ବଲିଉଡ଼ ସିନେମା "ବିଶ୍ବାତ୍ମା"ର ଚର୍ଚ୍ଚିତ ଗୀତ 'ସାତ୍ ସମୁନ୍ଦର ପାର ମୈ ତେରେ ପିଛେ ପିଛେ ଆ ଗୟି' ଗୀତ ତ ସମସ୍ତେ ଶୁଣିଥିବେ। କିନ୍ତୁ, ବାସ୍ତବ ଜୀବନରେ ଜଣେ ୨୨ ବର୍ଷୀୟା ଯୁବତୀ ସମୁଦ୍ର ପାର କରି ପ୍ରେମିକ ପାଖକୁ ଆସିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଯୁବତୀ ଜଣକ ବାଂଲାଦେଶର ବସିନ୍ଧା ହୋଇଥିବା ବେଳେ ସେ ନିଜ ପ୍ରେମିକ ପାଇଁ ପହଁରି ପହଁରି ଭାରତ ଚାଲି ଆସିଥିଲେ।

Swim

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ଯୁବତୀଙ୍କ ନାମ କୃଷ୍ଣା ମଣ୍ଡଳ ହୋଇଥିବା ବେଳେ ସେ ବାଂଲାଦେଶର ବସିନ୍ଧା ଅଟନ୍ତି। ସେ ଫେସବୁକ୍ ମାଧ୍ୟମରେ ଭାରତୀୟ ଯୁବକ ଅଭିବ ମଣ୍ଡଳଙ୍କୁ ଭେଟିଥିଲେ। ଦୁହିଁଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ଏବଂ ପରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଭାରତକୁ ଆସିବା ପାଇଁ କୃଷ୍ଣାଙ୍କ ପାଖରେ ପାସପୋର୍ଟ ଏବଂ ଆବଶ୍ୟକୀୟ କାଗଜପତ୍ର ନଥିଲା ତେଣୁ ସେ ନଦୀ ପଥକୁ ଅପଣାଇ ନେଇଥିଲେ।

Krishna

 କୃଷ୍ଣା ସୁନ୍ଦରବାନ୍ ଜଙ୍ଗଲ ଦେଇ ଆସିଥିବା ବେଳେ ପ୍ରାୟ ଏକ ଘଣ୍ଟା ଧରି ପହଁରି ଭାରତରେ ପହଞ୍ଚିଥିବା ଜଣାଯାଇଛି। ଏଠାକୁ ଆସି ସେ କୋଲକାତାର କାଲିଘାଟ ମନ୍ଦିରରେ ନିଜ ପ୍ରେମିକଙ୍କୁ ବିବାହ କରିଥିଲେ। ତେବେ, ଘଟଣା ବିଷୟରେ ଜଣାପଡ଼ିବା ପରେ ବେଆଇନ ଭାବେ ସୀମା ପାର କରିଥିବାରୁ ତାଙ୍କୁ ପୋଲିସ ଗିରଫ କରିଛି। ସମ୍ଭବତଃ ତାଙ୍କୁ ବାଂଲାଦେଶ ହାଇ କମିଶନକୁ ହସ୍ତାନ୍ତର କରାଯିବା ସହିତ ଜେଲ୍ ହେବାର ସମ୍ଭାବନା ରହିଛି।