ସ୍ୱାଧୀନତା ସଂଗ୍ରାମୀ ସୁବାଷ ବୋଷଙ୍କ ପରି ନାରା ଦେଇ ଚର୍ଚ୍ଚାରେ ବାଗେଶ୍ୱର ବାବା, କହିଲେ ସମର୍ଥନ କର ନହେଲେ...

 
Bageswar baba

ପୁଣିଥରେ ଚର୍ଚ୍ଚାରେ ବାଗେଶ୍ୱର ଧାମର ବାଗେଶ୍ୱର ବାବା ଭାବରେ ପରିଚିତ ଧୀରେନ୍ଦ୍ର ଶାସ୍ତ୍ରୀ। ହିନ୍ଦୁ ରାଷ୍ଟ୍ର ଗଠନକୁ ନେଇ ସେ ଦେଇଥିବା ଏକ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ସ୍ୱାଧୀନତା ସଂଗ୍ରାମୀ ସୁବାଷ ବୋଷଙ୍କ ଭଳି ବାଗେଶ୍ୱର ବାବା, ‘ମୋତେ ସମର୍ଥନ କର, ମୁଁ ଆପଣଙ୍କୁ ହିନ୍ଦୁ ରାଷ୍ଟ୍ର ଆଣିଦେବି’ ବୋଲି ନାରା ଦେଇଛନ୍ତି।

Bageswar baba

ତାଙ୍କର ଏଭଳି ମନ୍ତବ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ମାତ୍ର କିଛିଦିନ ତଳେ ସେ ଛତିଶଗଡ଼ର ରାଇପୁରରେ ଏକ ରାମ କଥା ଆବୃତି କାର୍ଯକ୍ରମରେ ଯୋଗ ଦେଇଥିଲେ। ସେହିଠାରେ ସେ ଏଭଳି ମନ୍ତବ୍ୟ ଦେଇଥିବା ବେଳେ ସବୁଠାରୁ ବଡ଼ କଥା ହେଉଛି ହିନ୍ଦୁ ଧର୍ମର ଅନେକ ଲୋକେ ତାଙ୍କୁ ସମର୍ଥନ ମଧ୍ୟ କରୁଛନ୍ତି। ସେମାନେ ବାଗେଶ୍ୱର ଧାମରେ ଏକାଠୀ ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି।

Bageswar baba

 ତେବେ, ରାଜନୀତିରେ ତାଙ୍କର କୌଣସି ରୁଚି ନଥିବା ବାବା ସ୍ପଷ୍ଟ ଭାବରେ କହିଛନ୍ତି। ସେ କୌଣସି ରାଜନୈତିକ ଦଳକୁ ସମର୍ଥନ କରନ୍ତି ନାହିଁ ବରଂ କେବଳ ଭାରତକୁ ଏକ ହିନ୍ଦୁ ରାଷ୍ଟ୍ର ଭାବରେ ଦେଖିବାକୁ ଚାହାଁନ୍ତି ବୋଲି କହିଛନ୍ତି ବାଗେଶ୍ୱର ବାବା। ରାଇପୁରରେ ଥିବା ବାଗେଶ୍ୱର ଧାମରେ ଲୋକଙ୍କ ଭିଡ ବଢୁଥିବା ବେଳେ ତାଙ୍କୁ ବିପୁଳ ସମର୍ଥନ ମଧ୍ୟ ମିଳୁଛି। ତେବେ, ତାଙ୍କର ଏଭଳି ମନ୍ତବ୍ୟ ଏବଂ କାର୍ଯ୍ୟକଳାପ ଦେଶରେ ଧାର୍ମିକ ଉତ୍ତେଜନା ବଢାଇବ ବୋଲି ଆଶଙ୍କା କରାଯାଉଛି।