ଲାଞ୍ଚ ନେଇ ଜେଲରେ ଥିବା SDMକୁ ହେଲା କୋର୍ଟ ଜଜ୍ ସହ ପ୍ରେମ, ମିଳିଗଲା ଜାମିନ୍, ପୂରା ଘଟଣା ଜାଣି ହେବେ ତାଜୁବ୍

 
Lancha

ଏବେ ଦେଶ ସାରା ଚାଲିଛି ବିବାହର ୠତୁ। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ମାନେ ବିବାହ ବନ୍ଧନରେ ବାନ୍ଧି ହେଉଥିବା ବେଳେ ରାଜସ୍ଥାନରେ ଏକ ବିବାହ ସମସ୍ତଙ୍କୁ ଚକିତ କରି ଦେଇଛି। ଏଠାରେ ଜଣେ ନିଲମ୍ବିତ ପ୍ରଶାସନିକ ଅଧିକାରୀ ଜଣେ ଜଜଙ୍କୁ ପ୍ରେମ ବିବାହ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଲାଞ୍ଚ ନେବା ଅଭିଯୋଗରେ ପ୍ରଶାସନିକ ଅଧିକାରୀ ପିଙ୍କି ମୀନାଙ୍କୁ ଗିରଫ କରାଯାଇଥିଲା।

Marriage

ପିଙ୍କି ମୀନା ବନ୍ଦୀକୁଇ ଜିଲ୍ଲାର SDM ଭାବରେ କାର୍ଯ୍ୟରତ ଥିଲେ ଯେତେବେଳେ ତାଙ୍କ ବିରୁଦ୍ଧରେ ଲାଞ୍ଚ ନେଇଥିବାର ଅଭିଯୋଗ ହୋଇଥିଲା। ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ହାଇୱେ କାର୍ଯ୍ୟ ଚାଲିଥିବା ବେଳେ ସେ ଜଣେ ଠିକାଦାରଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ। ଦୁର୍ନୀତି ନିବାରଣ ବ୍ୟୁରୋ ତରଫରୁ ଏକ ଷ୍ଟିଙ୍ଗ ଅପରେସନ ହୋଇଥିବା ବେଳେ ଏଥିରେ ମୀନାଙ୍କୁ ଗିରଫ କରାଯାଇଥିଲା।

Pinky

ତେବେ, ମୀନାଙ୍କୁ ଜାନୁଆରୀ ୧୫ ତାରିଖରେ ଗିରଫ କରାଯାଇଥିବା ବେଳେ ଫେବୃଆରୀ ୧୬ ତାରିଖରେ ତାଙ୍କର ରାଜସ୍ଥାନର JSO ଙ୍କ ସହିତ ବିବାହ ହୋଇଥିଲା। ଏଥିନେଇ ମୀନାଙ୍କୁ ଜାମିନ ମିଳିଥିଲେ ହେଁ ସରକାରୀ ଓକିଲ ଏହାକୁ ବିରୋଧ କରିଥିଲେ। ଅଭିଯୁକ୍ତଙ୍କ ବିବାହ ଜଣେ ଉଚ୍ଚ ପଦବୀରେ ଥିବା ଜଜଙ୍କ ସହିତ ହେଉଥିବାରୁ ଏହାଦ୍ୱାରା ମାମଲାର ମୋଡ଼ ବଦଳି ଯାଇପାରେ ବୋଲି ସରକାରୀ ଓକିଲ କହିଥିଲେ। ତେବେ, ତାଙ୍କର ଏହି ପିଟିସନ ନାକଚ କରି ଦିଆଯାଇଥିଲା। ବିବାହ ପରେ ପିଙ୍କି ମୀନାଙ୍କୁ ଫେବ୍ରୁଆରୀ ୨୧ ତାରିଖରେ ସରେଣ୍ଡର ହେବାକୁ କୁହାଯାଇଛି।