ଅରବିନ୍ଦ କେଜ୍ରିୱାଲଙ୍କ ବଡ଼ ବୟାନ, କହିଲେ- ଭାରତ ଦୁନିଆରେ ଏକ ନମ୍ବର ଦେଶ ନହେବା ପର୍ଯ୍ୟନ୍ତ...

 
Arbind kejriwal

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବର୍ତ୍ତମାନ ମହାରାଷ୍ଟ୍ର ଗସ୍ତରେ ରହିଛନ୍ତି। ଗତକାଲି ସେ ମହାରାଷ୍ଟ୍ରର ନାଗପୁର ଠାରେ ପହଞ୍ଚିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ। ପୂର୍ବରୁ ଅନେକ ଥର ବିଜେପି ଏବଂ ଏହାର କାର୍ଯ୍ୟକଳାପକୁ ସମାଲୋଚନା କରି ଆସିଥିବା ଅରବିନ୍ଦ ଏଥର ସିଧାସଳଖ ନାଁ ନେଇ ନଥିଲେ ହେଁ ପରୋକ୍ଷ ଭାବରେ ବିଜେପି ସରକାରକୁ ସମାଲୋଚନା କରିବାକୁ ପଛାଇ ନଥିଲେ।

Kejriwal

ଏହି ସାକ୍ଷାତକାରରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ରାଜନୀତିରେ କ୍ୟାରିୟର କରିବାରେ ତାଙ୍କର କୌଣସି ଇଚ୍ଛା ନାହିଁ ବରଂ ନିଜର ଚାକିରୀ ଏବଂ କ୍ୟାରିୟର ଛାଡି ସେ ଜନତା ଏବଂ ଦେଶ ସେବା କରିବା ପାଇଁ ରାଜନୀତିକୁ ଓଲ୍ହାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ,"ମୁଁ ଭଗବାନଙ୍କୁ କେବଳ ଦୁଇଟି ଜିନିଷ ମାଗୁଛି। ପ୍ରଥମଟି ହେଉଛି ମୋ ଦେଶ ଭାରତ ବିଶ୍ୱର ଏକ ନମ୍ବର ଦେଶ ହେଉ। ଦ୍ୱିତୀୟତଃ ଯେପର୍ଯ୍ୟନ୍ତ ଭାରତ ବିଶ୍ୱର ଏକ ନମ୍ବର ଦେଶ ନହୋଇଛି ସେ ପର୍ଯ୍ୟନ୍ତ ମୋତେ ମୃତ୍ୟୁ ନଆସୁ"।

Kejriwal

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସେ ଆହୁରି ମଧ୍ୟ କହିଛନ୍ତି ଯେ ଚୋରି କରିବା, ଦୁର୍ନୀତି କରିବା, ଦଙ୍ଗା କରିବା, ଅଶ୍ଳୀଳତାକୁ ପ୍ରସୟ ଦେବା ଆସେନାହିଁ। ତାଙ୍କୁ ବିଦ୍ୟାଳୟ, ଶିକ୍ଷାନୁଷ୍ଠାନ ନିର୍ମାଣ କରି ଲୋକଙ୍କ ସେବା କରି ଆସେ। କେବଳ ଏତିକି ନୁହେଁ ମହାରାଷ୍ଟ୍ରର ଶିକ୍ଷା ବ୍ୟବସ୍ଥା ଏବଂ ବିଦ୍ୟାଳୟ ଗୁଡିକର ଅବସ୍ଥା ଭଲ ନଥିବା ସେ କହିଛନ୍ତି। ପୂର୍ବରୁ ଦିଲ୍ଲୀରେ ମଧ୍ୟ ଏଭଳି ଅବସ୍ଥା ରହିଥିଲା କିନ୍ତୁ ଏବେ ସେଠାରେ ସବୁକିଛି ବଦଳି ଯାଇଥିବା ସେ କହିଛନ୍ତି।