ଚୀନର ଷଡ଼ଯନ୍ତ୍ର, ଶ୍ରୀଲଙ୍କା ଅଭିମୁଖେ ପଠାଇଛି ଯୁଦ୍ଧଜାହାଜ, ଓଡ଼ିଶାର ଏହି ଦ୍ବୀପ ପ୍ରତି ସୃଷ୍ଟି ହେଉଛି ବିପଦ, ଜାଣନ୍ତୁ ପୂରା ଖବର

 
China

ତାଇୱାନ୍ ଉପରେ ପ୍ରଭାବ ବିସ୍ତାର କରିବାକୁ ଯୋଜନା କରିବାରେ ବ୍ୟସ୍ତ ରହିଛି ଚାଇନା। ଏହାରି ଭିତରେ ଚୀନ୍ ଭାରତ ଉପରେ ମଧ୍ୟ ଆକ୍ରମଣ କରିବାର ସମ୍ଭାବନା ରହିଛି। କେବଳ ଏତିକି ନୁହେଁ ଓଡ଼ିଶାରେ ଥିବା ଏପିଜେ ଅବଦୁଲ କଲାମ୍ ଦ୍ବୀପକୁ ଚୀନ୍ ଟାର୍ଗେଟ କରିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ପ୍ରକୃତରେ ବାଲିଷ୍ଟିକ ମିସାଇଲ ଓ ସାଟେଲାଇଟକୁ ଟ୍ରାକ କରିପାରୁଥିବା ଏକ ଶକ୍ତିଶାଳୀ ଯୁଦ୍ଧଜାହାଜକୁ ଶ୍ରୀଲଙ୍କା ଅଭିମୁଖେ ପଠାଇଛି।

Island

ୟୁଓ୍ବାନ ଓ୍ବାଙ୍ଗ ଶ୍ରେଣୀର ଏହି ଯୁଦ୍ଧ ଜାହାଜ ଆସନ୍ତା ୧୧ ରୁ ୧୨ ତାରିଖ ମଧ୍ୟରେ ଶ୍ରୀଲଙ୍କାର ହାମ୍ବନଟୋଟା ବନ୍ଦରରେ ପହଞ୍ଚିବାର ଆଶଙ୍କା ରହିଛି। ତେବେ, ହାମ୍ବନଟୋଟା ବନ୍ଦରକୁ ୯୯ ବର୍ଷ ପର୍ଯ୍ୟନ୍ତ ଲିଜରେ ନେଇଥିବା ଚୀନ, ସେହିଠାରୁ ହିଁ ଭାରତର କ୍ଷେପଣାସ୍ତ୍ର ଗତିବିଧି, ଏପିଜେ ଅବଦୁଲ କଲାମ ଦ୍ବୀପର ସମସ୍ତ କାର୍ଯ୍ୟକ୍ରମ ଓ ଭାରତର ବାଲିଷ୍ଟିକ ମିସାଇଲ ଟେଷ୍ଟ ବିଷୟରେ ତଥ୍ୟ ପାଇପାରିବ।

Ship

 ଚୀନ ନ୍ୟାସନାଲ ସ୍ପେସ ଆଡମିନିଷ୍ଟ୍ରେସନ ଦ୍ବାରା ନିୟନ୍ତ୍ରିତ ହେଉଥିବା ଏହି ଜାହାଜକୁ ଶ୍ରୀଲଙ୍କା ସରକାର ଗ୍ରୀନ ସିଗନାଲ ଦେଇଥିବା ବେଳେ ଏହି ଭାରତ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି। ତାଇଓ୍ବାନ ଉପରକୁ ଚୀନ ୧୧ଟି ଡଙ୍ଗଫେଙ୍ଗ ମିସାଇଲ ମାଡ କରିଥିବାବେଳେ ଶ୍ରୀଲଙ୍କାକୁ ଆସୁଥିବା ଏହି ଯୁଦ୍ଧ ଜାହାଜକୁ ନେଇ ଭାରତର କଣ ପ୍ରତିକ୍ରିୟା ରହିବ ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।